ଓଡିଶା

odisha

ETV Bharat / city

ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ନାୟକ, ଏନକାଉଣ୍ଟର ବେଳେ ବୋମା ଫିଙ୍ଗି ଖସିଯାଇଥିଲା - ଭୁବନେଶ୍ବର ନ୍ୟୁଜ

ଧରାପଡ଼ିଲା ଚକରା ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ନାୟକ । ରାଜଧାନୀର ବିଭିନ୍ନ ସୁନା ଦୋକାନରୁ ଲୁଟ ଘଟଣାରେ ଥିଲା ସମ୍ପୃକ୍ତି । ଅଧିକ ପଢ଼ନ୍ତୁ ।

criminal prakash nayak arrested in bhubaneswar
ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ନାୟକ, ଏନକାଉଣ୍ଟର ବେଳେ ବୋମା ଫିଙ୍ଗି ଖସିଯାଇଥିଲା

By

Published : Aug 17, 2022, 7:01 PM IST

ଭୁବନେଶ୍ବର:ଧରାପଡିଲା ବରମୁଣ୍ଡା ଏନକାଉଣ୍ଟରରୁ ଖସିପଳାଇଥିବା ଅପରାଧୀ । କମିଶନରେଟ ପୋଲିସ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲା କୁଖ୍ୟାତ କ୍ରିମିନାଲ । ଲୁଚି ଥିବାବେଳେ ଧରାପଡ଼ିଲା ଚକରା ଗ୍ୟାଙ୍ଗର କ୍ରିମିନାଲ ପ୍ରକାଶ ନାୟକ । ଗତ ମେ ୧୧ତାରିଖରେ ବରମୁଣ୍ଡାର ଚକରା ଗ୍ୟାଙ୍ଗ ସହ ମିଶି ଡକାୟତି ପ୍ଲାନ ବେଳେ ପୋଲିସ ଏମାନଙ୍କୁ ଧରିଥିଲା । ପୋଲିସ ସହ ମୁହାଁମୁହିଁ ହେବା ପରେ ପୋଲିସ‌ ଏନକାଉଣ୍ଟର କରିଥିଲା‌ । ସେହି ସମୟରେ ପୋଲିସ ଉପରକୁ ବୋମା ଫିଙ୍ଗି ପ୍ରକାଶ ଖସିଯାଇଥିଲା ।

ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ନାୟକ

ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, " ବରମୁଣ୍ଡାର ଚକରା ଗ୍ୟାଙ୍ଗ ସହ ମିଶି ଅଭିଯୁକ୍ତ ପ୍ରକାଶ ନାୟକ ଡକାୟତି ପ୍ଲାନ କରୁଥିଲା । ଏହି ସମୟରେ ଚଢାଉ କରି ୮ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ପୋଲିସ ସହ ମୁହାଁମୁହିଁ ବେଳେ ପୋଲିସ ଉପରକୁ ବୋମା ଫିଙ୍ଗି ଖସିପଳାଇଥିଲା । ଚକରା‌ ଗ୍ୟାଙ୍ଗର ସବୁଠୁ ଦୁର୍ଦ୍ଦାନ୍ତ ଅପରଧୀ ଥିଲା ପ୍ରକାଶ ନାୟକ । ବିଭିନ୍ନ ଲୁଟ ଘଟଣାରେ ସେ ସମ୍ପୃକ୍ତ ଥିଲା । ସାମନ୍ତରାପୁର ଛକରେ ବନ୍ଧୁକ ଦେଖାଇ ଗହଣା ଦୋକାନୀ ଠାରୁ ସୁନା ଲୁଟ କରିଥିଲା । ସେହିପରି ସୌଭାଗ୍ୟନଗର ସ୍ଥିତ ଲକ୍ଷ୍ମୀ ନାରାୟଣ ଜୁଏଲାରୀ ଦୋକାନରୁ ଲୁଟ, ଜାଆଁଳାର ଏକ ଗହଣା ଦୋକାନରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ନେଇଯିବା ଘଟଣା ସହ ନୟାପଲ୍ଲୀରେ ଏକ ଛୁଆ ବେକରେ ବନ୍ଧୁକ ଲଗାଇ ଦମ୍ପତିଙ୍କ ଠାରୁ ଲୁଟ କରିବା ମାମଲାରେ ସମ୍ପୃକ୍ତ ଥିଲା ପ୍ରକାଶ । ଏକ ରାଜନୈତିକ ବ୍ୟକ୍ତିଙ୍କୁ ମର୍ଡର ପ୍ଲାନରେ ରବି ରାଓ ସହ ମିଶି ସୁପାରି ନେବା ମାମଲାରେ ଗିରଫ ହୋଇ ଜେଲ ଯାଇଥିଲା ଅଭିଯୁକ୍ତ ପ୍ରକାଶ ନାୟକ । ଜେଲରୁ ପାରୋଲରେ ଆସି ଚକରା ଗ୍ୟାଙ୍ଗ ସହ ମିଶି ଅନେକ ଅପରାଧ କାଣ୍ଡ ଘଟାଇଥିଲା । ଅଭିଯୁକ୍ତ ପ୍ରକାଶ ନାୟକ ନାଁରେ ଏଯାଏଁ ୨୨ଟି ସଙ୍ଗୀନ ଅପରାଧିକ ମାମଲା ରହିଛି ।"

ପ୍ରକାଶକୁ ଗିରଫ ପରେ ବିଗତ ଗହଣା ଦୋକାନୀଙ୍କୁ ଲୁଟ ମାମଲାର ପୋଲିସ କେସ କ୍ଲୋଜ କରିଛି । ଅଭିଯୁକ୍ତ ଠାରୁ ଦୁଇଟି ଦେଶୀ ବନ୍ଧୁକ ଏବଂ ୪ଟି ସୁନା ମୁଦି ପୋଲିସ ଜବତ କରିଛି କମିଶନରେଟ ପୋଲିସ । ଅନ୍ୟ କେଉଁ ଅପରାଧିକ ଘଟଣାରେ ପ୍ରକାଶର ସଂପୃକ୍ତି ରହିଛି ସେନେଇ ତଦନ୍ତ ଜାରୀ ରଖିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details