ଓଡିଶା

odisha

ETV Bharat / city

କ୍ରାଇମବ୍ରାଞ୍ଚ ଯାହା ପଚାରିଲେ ମିଳିବ ହତ୍ୟାକାରୀର ସୁରାକ: ଆଦିତ୍ୟଙ୍କ ବାପା

କ୍ରାଇମବ୍ରାଞ୍ଚର ପ୍ରଶ୍ନ ହିଁ ହତ୍ୟାକାରୀର ଗୁମର ଖୋଲିବ । ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ଆଉ କ୍ରାଇମବ୍ରାଞ୍ଚ ଉପରେ ବିଶ୍ବାସ ଅଛି ବୋଲି କହିଛନ୍ତି ଆଦିତ୍ୟଙ୍କ ବାପା । ଅଧିକ ପଢନ୍ତୁ...

By

Published : Jul 31, 2020, 10:57 PM IST

‘ଆଦିତ୍ୟକୁ ହତ୍ୟା କରାଯାଇଛି’
‘ଆଦିତ୍ୟକୁ ହତ୍ୟା କରାଯାଇଛି’

ଭୁବନେଶ୍ବର: ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସାଢ଼େ ତିନି ଘଣ୍ଟା ଧରି ଜେରା । ପତ୍ନୀ, ମା ଓ ବାପାଙ୍କୁ ପୃଥକ ପୃଥକ ଜେରା କରିଛି କ୍ରାଇମବ୍ରାଞ୍ଚ । ଆଦିତ୍ୟ ଦାସ ହତ୍ୟା ମାମଲାରେ ଏମିତି ଜେରା କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ଆଦିତ୍ୟଙ୍କ ଏକାମ୍ରବିହାର ଘରେ ପହଞ୍ଚି ପ୍ରଥମେ ବିଦ୍ୟାଶ୍ରୀ ପରେ ମା ଓ ପରେ ବାପା କୁ କରିଥିଲେ ଜେରା ।

‘ଆଦିତ୍ୟକୁ ହତ୍ୟା କରାଯାଇଛି’

ଆଉ ଜେରା ବେଳେ କାନ୍ଦି ପକାଇଥିଲେ ବିଦ୍ୟାଶ୍ରୀ । ଏପରିକି କୋହ ସମ୍ଭାଳି ନପାରି ଉଚ୍ଚ ସ୍ବରରେ କାନ୍ଦିଥିଲେ । କାରଣ କ୍ରାଇମବ୍ରାଞ୍ଚ ଅଧିକାରୀ ପଚାରିଥିଲେ ସେଭଳି କିଛି ପ୍ରଶ୍ନ । ଆଉ ଯାହାକୁ ନେଇ ଆଦିତ୍ୟଙ୍କ ବାପା କହିଛନ୍ତି ଏଥର ଖୋଲିବ ମୃତ୍ୟ ରହସ୍ୟ ।

କାରଣ କ୍ରାଇମବ୍ରାଞ୍ଚର ପ୍ରଶ୍ନ ଥିଲା ସେଭଳି କିଛି ତଥ୍ୟକୁ ନେଇ । ଯାହାକୁ ମିଡ଼ିଆରେ କହିଲେ ତଦନ୍ତରେ ହୋଇପାରେ ପ୍ରଭାବିତ । ତେବେ ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ଆଉ କ୍ରାଇମବ୍ରାଞ୍ଚ ଉପରେ ବିଶ୍ବାସ ଅଛି ବୋଲି କହିଛନ୍ତି ଆଦିତ୍ୟଙ୍କ ବାପା ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details