ଓଡିଶା

odisha

ETV Bharat / city

ବଢିଛି ରାହାଜାନୀ, କମିନି ଦୁଷ୍କର୍ମହାର; ବିନା ଚାର୍ଜସିଟ୍‌ରେ ମାମଲା ୧୫ ହଜାର - ସ୍ମାର୍ଟସିଟିରେ ଅପରାଧ

ପ୍ରତିଦିନ ଖବରର ଶିରୋନାମା ପାଲଟୁଛି ରାଜଧାନୀର ଲୁଟ, ଛିନତାଇ ଓ ସିନ୍ଧିଚୋରୀ ଘଟଣା । ଗଳି କନ୍ଦିଠୁ ରାଜରାସ୍ତା ପାଲଟିଛି, ଲୁଟେରାଙ୍କ ଚରାଭୂଇଁ । ୨୦୨୦ ବର୍ଷରେ କ୍ରାଇମ ରେକର୍ଡ କହୁଛି, ଏଭଳି ଅପରାଧର ରହିଛି ଲମ୍ବା ଲିଷ୍ଟ୍ ।

ସ୍ମାର୍ଟସିଟିରେ ବଢିଛି ଅପରାଧିକ ମାମଲା
ସ୍ମାର୍ଟସିଟିରେ ବଢିଛି ଅପରାଧିକ ମାମଲା

By

Published : Jan 7, 2021, 9:43 PM IST

ଭୁବନେଶ୍ବର:ସ୍ମାର୍ଟସିଟିରେ ବଢିଛି ଅପରାଧିକ ମାମଲା । ଲୋକଙ୍କ ଚିନ୍ତା ବଢାଇଛି ଛିନତାଇ । ୨୦୨୦ରେ ଏଭଳି ଅପରାଧକୁ ନେଇ ସ୍ଥିତି ସାଙ୍ଘାତିକ । କାରଣ ୨୦୨୦ର କ୍ରାଇମ ରେକର୍ଡ କହୁଛି, ଦିନ ଦ୍ବିପ୍ରହରରେ ଘର ସାମ୍ନାରୁ ଛିନତାଇ କରିଛନ୍ତି ଅପରାଧୀ । ମନିପର୍ସଠୁ ଆରମ୍ଭ କରି ମୋବାଇଲ ଫୋନ ଓ ଅଳଙ୍କାର ଝାମ୍ପି ନେଇଛନ୍ତି ଅପରାଧୀ ।

ବଢ଼ିଛି ରାହାଜାନୀ,କମିନି ଦୁଷ୍କର୍ମହାର ବିନା ଚାର୍ଜସିଟ୍‌ରେ ମାମଲା ୧୫ ହଜାର

୨୦୧୯ରେ ରାଜଧାନୀରେ ମୋଟ ୨୬୬ଟି ରାହାଜାନୀ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ନଭେମ୍ବର ସୁଦ୍ଧା ୩୩୦ଟି ରାହାଜାନୀ ମାମଲାରେ ପହଞ୍ଚିଛି । କେବଳ ସେତିକି ନୁହେଁ ୨୦୧୯ରେ ମୋଟ କେସ୍ ସଂଖ୍ୟା ୮ ହଜାର ୨୨୯ ଥିବାବେଳେ ଚଳିତବର୍ଷ ତାହା ୬,୯୨୨ରେ ପହଞ୍ଚିଛି ।

ସେହିପରି ୨୦୨୦ରେ ଦେହବ୍ୟବସାୟର କୌଣସି ରିପୋର୍ଟ ହୋଇନାହିଁ, କୌଣସି ଥାନାରେ ଧରାପଡିନାହିଁ ସେକ୍ସ ରାକେଟ । ତେବେ ୨୦୧୯ରେ ୧୪୯ଟି ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ୧୦୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି ।

ତେବେ କୋରୋନା ଲକଡାଉନ ସତ୍ତ୍ବେ ବି ଏଭଳି ଦୁଷ୍କର୍ମ ରିପୋର୍ଟ ଚିନ୍ତାଜନକ ବିଷୟ ହୋଇଛି । ୨୦୨୦ରେ ୪୦ ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୧୬୮୪ଟି ଚୋରି ମାମଲା ରିପୋର୍ଟ ହୋଇଛି । ସେହିପରି ୩୨ଟି ଡକାୟତି, ୩୩୦ଟି ଲୁଟ୍‌, ୪୫୨ଟି ଦୁର୍ଘଟଣା, ୩୧୯ଟି ସିନ୍ଧିଚୋରୀ ରିପୋର୍ଟ ହୋଇଛି ।

ସେହିପରି‌ ୨୦୨୦ରେ ୨୪୦ ଟି ଆତ୍ମହତ୍ୟା ଜନିତ ରିପୋର୍ଟ ହୋଇଛି । ସେହିପରି ଆର୍ମସ ଆକ୍ଟ ବଳରେ ଅର୍ଥାତ ବେଆଇନ ବନ୍ଧୁକ କାରବାର ଓ ବନ୍ଧୁକ ଚୋରାଚାଲାଣରେ ଚଳିତ ବର୍ଷ ୯ଟି ମାମଲା ରୁଜୁ ହୋଇଥିବା ବେଳେ ୯ ବନ୍ଧୁକ, ୧୭ ଗୁଳି ଜବତ ହେବା ସହ ୨୧ ଜଣଙ୍କୁ ଗିରଫ କରାଯାଇଛି । ତେବେ ୨୦୨୦ରେ ସର୍ବାଧିକ ୧୬ ଜଣ ଅପରାଧୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ୍‌ (ଏନ୍‌ଏସ୍‌ଏ) ଲାଗୁ ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details