ଓଡିଶା

odisha

ମୟୂରଭଞ୍ଜରେ ବଢୁଛି ହତ୍ୟା ଓ ଦୁଷ୍କର୍ମ, ଚୋରି ଡକାୟତିରେ ଭୁବନେଶ୍ବର ପ୍ରଥମ

By

Published : Nov 19, 2019, 9:21 AM IST

ରାଜ୍ୟରେ ଅପରାଧ ତାଲିକା ଚିନ୍ତାଜନକ ରହିଛି । ହତ୍ୟା ଓ ଦୁଷ୍କର୍ମ ମାମଲାରେ ମୟୂରଭଞ୍ଜ ଜିଲ୍ଲା ଆଗରେ ରହିଥିବା ବେଳେ ଚୋରି ଓ ଡକାୟତି ମାମଲାରେ ଭୁବନେଶ୍ବର ପ୍ରଥମ ରହିଛି ।

ମୟୂରଭଞ୍ଜରେ ବଢୁଛି ହତ୍ୟା ଓ ଦୁଷ୍କର୍ମ, ଚୋରି ଡକାୟତିରେ ଭୁବନେଶ୍ବର ପ୍ରଥମ

ଭୁବନେଶ୍ବର: ଗମ୍ଭୀର ସ୍ଥିତିରେ ରାଜ୍ୟର ଅପରାଧ ତାଲିକା । ହତ୍ୟା ଓ ଦୁଷ୍କର୍ମ ଭଳି ମାମଲାରେ ମୟୂରଭଞ୍ଜ ଜିଲ୍ଲା ରାଜ୍ୟରେ ସବୁଠୁ ଆଗରେ । ଅନ୍ୟ ଜିଲ୍ଲା ତୁଳନାରେ ମୟୂରଭଞ୍ଜରେ ସର୍ବାଧିକ ୭୧ଟି ହତ୍ୟାକାଣ୍ଡ ଘଟିଛି । ଏପରିକି ଦୁଷ୍କର୍ମ ମାମଲାରେ ଆଗରେ ରହିଛି ମୟୂରଭଞ୍ଜ ଜିଲ୍ଲାରେ । ଏଠାରେ ସର୍ବାଧିକ 128ଟି ଦୁଷ୍କର୍ମ ମାମଲା ହୋଇଛି ।

ମୟୂରଭଞ୍ଜରେ ବଢୁଛି ହତ୍ୟା ଓ ଦୁଷ୍କର୍ମ, ଚୋରି ଡକାୟତିରେ ଭୁବନେଶ୍ବର ପ୍ରଥମ

ସେହିପରି ଚୋର ଓ ଡକାୟତି ଓ ଛିନତାଇରେ ଭୁବନେଶ୍ବର ରାଜ୍ୟର ସବୁଜିଲ୍ଲା ଠାରୁ ଟପିଯାଇଛି । ରେକର୍ଡ ତଥ୍ୟ କହୁଛି, ଚୋର ଓ ଡକାୟତ ଭଳି ଅପରାଧିଙ୍କ ଚରାଭୁଇଁ ପାଲଟିଛି ରାଜଧାନୀ । ଭୁବନେଶ୍ବରରେ ୧୨୧୮ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ ୩୬ଟି ଡକାୟତି,୨୧୪ଟି ଚୋରି,୨୨୪ଟି ସିନ୍ଧି ଚୋରି ମାମଲା ହୋଇଛି । ଯାହାକି ରାଜ୍ୟରେ ସବୁଠୁ ଆଗରେ ରହିଛି । ସେହିପରି ସର୍ବାଧିକ ଜମି ଜବରଦଖଲ,ହଡପ ଭଳି ସଂକ୍ରାନ୍ତୀୟ ମାମଲା ଭୁବନେଶ୍ବରରେ ୩୯୫ ସର୍ବାଧିକ ମାମଲା ହୋଇଛି । ତେବେ କେନ୍ଦ୍ରାପଡାରେ ସର୍ବାଧିକ ୧୧୭ଟି ଦଙ୍ଗା ସଂକ୍ରାନ୍ତିୟ ମାମଲା ହୋଇଛି । ମୋଟରଯାନ ଦୁର୍ଘଟଣାରେ ଭୁବନେଶ୍ବର ସର୍ବାଧିକ ୪୫୬ଟି ମାମଲା ହୋଇଥିବା ବେଳେ ପରେ ସମ୍ବଲପୁରରେ ୩୯୮ଟି ମାମଲା ହୋଇ ଦ୍ବିତୀୟ ସ୍ଥାନରେ ରହିଛି ।

ତେବେ ଅପରାଧର ତାଲିକାରେ ସବୁଠୁ କମ୍‌ ମାମଲା ସହ ସମସ୍ତ ଅପରାଧରେ ଦେବଗଡ ଜିଲ୍ଲା ପଛରେ ରହିଛି । ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟରେ ହୋଇଥିବା ସମସ୍ତ ଅପରାଧ ରିପୋର୍ଟ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ବିଧାନସଭାରେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ତଥ୍ୟ ଉପସ୍ଥାପନା କରିଛନ୍ତି । ଯେଉଁଥିରେ ରାଜ୍ୟରେ ମୋଟ ୧୦୭୯ଟି ହତ୍ୟାକାଣ୍ଡ ସହ ୧୮୬୫ଟି ଦୁଷ୍କର୍ମ, ୮୨୦୩ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲା ରେକର୍ଡ ହୋଇଛି ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details