ଓଡିଶା

odisha

ETV Bharat / city

ନକଲି ଔଷଧ କାରବାରର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

By

Published : Jun 14, 2021, 7:21 PM IST

Updated : Jun 14, 2021, 8:59 PM IST

crime branch investigation in fake drug case, fake drug case in state, ନକଲି ଔଷଧ କାରବାର, କ୍ରାଇମବ୍ରାଞ୍ଚ ତଦନ୍ତ
ନକଲି ଔଷଧ କାରବାରର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

19:03 June 14

ରାଜ୍ୟରେ ଚାଲିଥିବା ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: କୋରୋନା ସମୟରେ ସାରା ରାଜ୍ୟରେ ନକଲି ଔଷଧ କାରବାର ବୃଦ୍ଧି ପାଉଥିବା ନଜର ଆସିଛି । ଯାହାର ତଦନ୍ତ ଏବେ କରିବ କ୍ରାଇମ ବ୍ରାଞ୍ଚ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  

ବିଗତ ଦିନ ମାନଙ୍କରେ ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଥଣ୍ଡା, ଜ୍ବର ଔଷଧ ଓ କୋରୋନା ଔଷଧ ଫାବିପିରାଭିର ବିକ୍ରି କରାଯାଉଥିବା ଦେଖିବାକୁ ମିଳିଥିଲା ।  ଭିନ୍ନ ଭିନ୍ନ ଜିଲ୍ଲାର ଔଷଧ ଦୋକାନରେ ଚଢ଼ାଉ କରି ବିପୁଳ ମାତ୍ରାରେ ନକଲି ଔଷଧ ଜବତ କରାଯାଇଛି । ନକଲି ଔଷଧ କାରବାର ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ,  ନକଲି ଔଷଧ ବିକ୍ରିକୁ ବରଦାସ୍ତ କରାଯିବନାହିଁ ଓ ଏପରି ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।  

ତେବେ ରାଜ୍ୟରେ ମାତ୍ରାଧିକ ନକଲି ଔଷଧ କାରବାର ଓ ତାର ବାହାର ରାଜ୍ୟ ପର୍ଯ୍ୟନ୍ତ ଚେର ଲମ୍ବିବା ନେଇ ଖବର ଆସିବା ପରେ ସୋମବାର ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।  

13 ଜିଲ୍ଲାରେ ଚଢ଼ାଉ ପରେ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । 

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ 

Last Updated : Jun 14, 2021, 8:59 PM IST

ABOUT THE AUTHOR

...view details