ଭୁବନେଶ୍ବର:ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଉପରୁ ଉଠି ପାରୁନି ପରଦା । ଆଜି(ରବିବାର) ମାମଲାର ତଦନ୍ତ ପାଇଁ ସୁନ୍ଦରପଦା ସ୍ଥିତ ଦୟାଲ ଆଶ୍ରମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ । ଫରେନସିକ ଟିମ ସହ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।
ଆଶ୍ରମର ମହିଳା କେୟାର ଟେକରଙ୍କୁ ସାଥୀରେ ଧରି 3D ସ୍କାନରରେ ତଦନ୍ତ ଆରମ୍ଭ କରିଛି । ସେପଟେ ମାର୍ଚ୍ଚ ୨୪ ତାରିଖରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟରେ ତନାଘନା କରିଥିଲା କ୍ରାଇମବ୍ରାଞ୍ଚର 5 ଜଣିଆ ଟିମ । ସୂଚନାଅନୁସାରେ, ମାନସକୁ ଚାନ୍ଦବାଲିରୁ ଅପହରଣ କରି ଦୟାଲ ଆଶ୍ରମରେ ହତ୍ୟା କରାଯିବା ପରେ ନୟାଗଡରେ ପୋତାଯାଇଥିଲା ।