ଓଡିଶା

odisha

ETV Bharat / city

NBW କାର୍ଯ୍ୟକାରୀ ପାଇଁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଅଭିଯାନ

ଜାମିନ ବିହୀନ ଗିରଫ ପରୱାନା ଗୁଡିକ କାର୍ଯ୍ୟକାରୀ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ । ଏହି ଅଭିଯାନ ଜାନୁଆରୀ ୨୭ରୁ ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Feb 5, 2020, 11:03 PM IST

crime-branch-arrangement-special-programme-for-nbw
ଏନ୍‌ବିଡବ୍ଲୁ କାର୍ଯ୍ୟକାରୀ ପାଇଁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଅଭିଯାନ

କଟକ: ଜାମିନ ବିହୀନ ଗିରଫ ପରୱାନା ଗୁଡିକ କାର୍ଯ୍ୟକାରୀ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ କରାଯାଇଛି । ଏହି ଅଭିଯାନ ଜାନୁଆରୀ ୨୭ ରୁ ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଅଭିଯାନ ଚାଲିଥିବା ସମୟ ମଧ୍ୟରେ ୫୧୨୧ଟି ଜାମିନ ବିହୀନ ପରୱାନାକୁ କାର୍ଯ୍ୟକାରୀ କରାଯାଇଛି । ୨୦୧୯ରେ ସମୁଦାୟ ୧୬ ହଜାର ୪୯୯ ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଥିବାବେଳେ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ କମ ସମୟରେ ଏହି ସଫଳତା ମିଳିଥିବା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

ଏନ୍‌ବିଡବ୍ଲୁ କାର୍ଯ୍ୟକାରୀ ପାଇଁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଅଭିଯାନ

ଏହି ସ୍ବତନ୍ତ୍ର ଅଭିଯାନ ଫଳରେ କାର୍ଯ୍ୟକାରୀ ହୋଇନଥିବା ଜାମିନ ବିହୀନ ପରୱାନା ସଂଖ୍ୟାରେ ୨୦ ପ୍ରତିଶତ ହ୍ରାସ ଘଟିଛି। ସ୍ବତନ୍ତ୍ର ଅଭିଯାନର ଆରମ୍ଭରେ କାର୍ଯ୍ୟକାରୀ ହୋଇନଥିବା NBW(non bailable warrant)ର ସଂଖ୍ୟା ୩୯ ହଜାର ୨୫୪ ଥିଲା । ଅଭିଯାନ ସମୟରେ ଆଉ ୧୬୮୫ଟି ନୂଆ ପରୱାନା ଗ୍ରହଣ କରାଯାଇଥିଲା। ଏହି ସ୍ବତନ୍ତ୍ର ଅଭିଯାନ ସମୟରେ ୫୧୨୧ ଟି ପରୱାନା କାର୍ଯ୍ୟକାରୀ ହୋଇଥିବାବେଳେ ୪୩୩୩ଟି ଏନ୍‌ବିଡବ୍ଲୁ ର ଅନ୍ୟ ଉପାୟରେ ସମାଧାନ କରାଯାଇଛି।

ସ୍ବତନ୍ତ୍ର ଅଭିଯାନ ଶେଷ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବା ଏନବିଡବ୍ଲୁର ସଂଖ୍ୟା ୩୧ ହଜାର ୪୮୨କୁ ଖସିଛି। ଗଞ୍ଜାମ ଜିଲ୍ଲା ପୋଲିସ ସବୁଠାରୁ ଅଧିକ ୭୩୩ଟି ଏନବିଡବ୍ଲୁ କାର୍ଯ୍ୟକାରୀ କରିଥିଲାବେଳେ କୋରାପୁଟ ପୋଲିସ ୪୧୭ଟି ଏନବିଡବ୍ଲୁ କାର୍ଯ୍ୟକାରୀ କରିଛନ୍ତି । ସେହିପରି ଖୋର୍ଦ୍ଧା ପୋଲିସ ଏହି ସମୟରେ ୩୫୫ଟି ଏନବିଡବ୍ଲୁକୁ କାର୍ଯ୍ୟକାରୀ କରିଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details