ଭୁବନଶ୍ବର: ଦେଶରେ ଅନଲାଇନ ଠକେଇ ଓ ଏଟିଏମ କିମ୍ବା କ୍ରେଡିଟ କାର୍ଡ ସମ୍ବନ୍ଧୀୟ ଠକେଇ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନୁରୂପ ଭାବରେ ରାଜ୍ୟରେ ମଧ୍ୟଏହି ଘଟଣା ଦିନକୁ ଦିନ ଉଦବେଗ୍ ଜନକ ସ୍ଥିତିର ପହଞ୍ଚିଛି । ଯାହା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏଭଳି ସ୍ଥିତିରେ ଏଟିଏମ୍ ବ୍ୟବହାରକାରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି କ୍ରାଇମବ୍ରାଞ୍ଚ ପୋଲିସ । ଏଟିଏମ୍ ଠକେଇ ଶିକାରକୁ କିଭଳି ବର୍ତ୍ତିବେ ତଥା କଣ କରିବେ କଣ ନ କରିବେ ସେ ସଂକ୍ରାନ୍ତରେ ସାବଧାନତା ଜାରି କରିଛି ।
ତେବେ ଆସନ୍ତୁ ଜାଣିବା କିଭଳି ଏଟିଏମ୍ କାର୍ଡ ବ୍ୟବହାରଜନିତ ସାବଧାନତା ଜାରି କରିଛି କ୍ରାଇମବ୍ରାଞ୍ଚ ।
- ଏଟିଏମ୍ ପିନ୍ ନମ୍ବର ମାରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
- ଏଟିଏମ୍ ବୁଥ୍ ନିକଟରେ ଅଜଣା ବ୍ୟକ୍ତିଙ୍କର ଚଳପ୍ରଚଳକୁ ଲକ୍ଷ୍ୟ ରଖନ୍ତୁ ଓ ପିନ୍କୁ ଲୁଚାଇ ମାରନ୍ତୁ ।
- ଆଖପାଖରେ ସ୍କିମର ଲାଗିଛି କି ନାହିଁ ଭଲ ଭାବରେ ଲକ୍ଷ୍ୟ ରଖନ୍ତୁ ।
- ଏଟିଏମ୍ କାର୍ଡରେ ଚଙ୍କା ପଇଠ ତଥା ଜିନିଷ କିଣିବା ସମୟରେ କାର୍ଡ ସ୍ବାପିଙ୍ଗ ମେସିନ୍ ନିଜେ ବ୍ୟବହାର କରନ୍ତୁ
- ଏଟିଏମ୍ କାର୍ଡ ତଥା ଏଟିଏମ୍ ପିନ୍ ନମ୍ବର ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ ।
- ଏଟିଏମ୍ କାଉଣ୍ଟରରେ ଟଙ୍କା ବାହାର କରିବା ସମୟରେ ଅଜଣା ବ୍ୟକ୍ତିଙ୍କର ସାହାଯ୍ୟ ନିଅନ୍ତୁ ନାହିଁ ।
- ନିଜର ଜନ୍ମ ତାରିଖ, ଘରର ଠିକଣା ତଥା ମୋବାଇଲ ଫୋନ୍ ନମ୍ବର ଏଟିଏମ୍ ପିନ୍ ଭାବେ ବ୍ୟବହାର କରନ୍ତୁ ନାହିଁ ।
- ଏଟିଏମ୍ କାର୍ଡ ଚୋରେ ହୋଅଗଲେ କିମ୍ବା ହଜିଗଲେ, ତୁରନ୍ତ ଏଟିଏମ୍ କାର୍ଡଟିକୁ ବ୍ଲକ କରନ୍ତୁ ଓ ବ୍ୟାଙ୍କରେ ଏହି ସମ୍ବନ୍ଧରେ ଲେଖିକରି ଜଣାନ୍ତୁ । ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, ଟ୍ୱିଟର@odisha_police