ଓଡିଶା

odisha

By

Published : Nov 29, 2021, 1:02 PM IST

Updated : Nov 29, 2021, 3:25 PM IST

ETV Bharat / city

Chit Fund Fraud: ୩ ଜଣଙ୍କୁ ୱାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ, ଅଭିଯୁକ୍ତଙ୍କୁ ଚିହ୍ନିଲେ ମିଳିବ ପୁରସ୍କାର

ଚିଟଫଣ୍ଡ (Chit Fund Fraud Case) ଟଙ୍କା ଖାଇ ଫେରାର ତିନି ଅଭିଯୁକ୍ତଙ୍କୁ ଓ୍ବାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ (Crime Branch)। ଏନେଇ ସୂଚନା ଦେବାକୁ କ୍ରାଇମବ୍ରାଞ୍ଚ ତରଫରୁ ନମ୍ବର ମଧ୍ୟ ଜାରି । ଅଧିକ ପଢନ୍ତୁ

Chit Fund Fraud : ୩ ଜଣଙ୍କୁ ଓ୍ବାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ,  ଅଭିଯୁକ୍ତଙ୍କୁ ଚିହ୍ନିଲେ ମିଳିପାରେ  ପୁରସ୍କାର
Chit Fund Fraud : ୩ ଜଣଙ୍କୁ ଓ୍ବାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ, ଅଭିଯୁକ୍ତଙ୍କୁ ଚିହ୍ନିଲେ ମିଳିପାରେ ପୁରସ୍କାର

ଭୁବନେଶ୍ବର: ଚିଟଫଣ୍ଡ (Chit Fund Fraud Case in bhubaneswar) ଟଙ୍କା ଖାଇ ଫେରାର ତିନି ଅଭିଯୁକ୍ତଙ୍କୁ ଓ୍ବାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ । ତିନି ଓ୍ବାଣ୍ଟେଡ ହେଉଛନ୍ତି ଷ୍ଟାର କନସଲଟାନ୍ସି ସର୍ଭିସ ଲିମିଟେଡର ଡାଇରେକ୍ଟର ତ୍ରିବେଣି କୁମାର‌ ମହାନ୍ତି, ସିଷ୍ଟମାଟିକ୍ସ ସର୍ଭିସ ଲିମିଟେଡର ଡାଇରେକ୍ଟର ଆଦିତ୍ୟ ଦାସ ଓ ଜ୍ୟୋତି ଟ୍ରେଡିଂ ଆଣ୍ଡ କୋର ମାଲିକ ବିଜୟ କୁମାର ବେଉରା । ତ୍ରିବେଣି ବରମୁଣ୍ଡା ହାଉସି ବୋର୍ଡ କଲୋନିର ପ୍ଲଟ ନମ୍ବର L-୭୨ରେ ରହୁଥିବା ବେଳେ ସେ ଚିଟଫଣ୍ଡ ଟଙ୍କା ଖାଇ ଏବେ ଫେରାର ହୋଇଯାଇଛନ୍ତି । ସେହିପରି ଆଦିତ୍ୟ ଦାସ ଓ ବିଜୟ କୁମାର ବେଉରା ମଧ୍ୟ ଚିଟଫଣ୍ଡ ଠକେଇ ମାମଲାରେ ଫେରାର ଥିବାରୁ ଏହି ୩ଜଣଙ୍କୁ ଓ୍ବାଣ୍ଟେଡ ଘୋଷଣା କରି ଖୋଜୁଛି କ୍ରାଇମବ୍ରାଞ୍ଚ୍ ।

Chit Fund Fraud : ୩ ଜଣଙ୍କୁ ଓ୍ବାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ, ଅଭିଯୁକ୍ତଙ୍କୁ ଚିହ୍ନିଲେ ମିଳିପାରେ ପୁରସ୍କାର
Chit Fund Fraud : ୩ ଜଣଙ୍କୁ ଓ୍ବାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ, ଅଭିଯୁକ୍ତଙ୍କୁ ଚିହ୍ନିଲେ ମିଳିପାରେ ପୁରସ୍କାର
Chit Fund Fraud : ୩ ଜଣଙ୍କୁ ଓ୍ବାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ, ଅଭିଯୁକ୍ତଙ୍କୁ ଚିହ୍ନିଲେ ମିଳିପାରେ ପୁରସ୍କାର
Chit Fund Fraud: ୩ ଜଣଙ୍କୁ ୱାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ, ଅଭିଯୁକ୍ତଙ୍କୁ ଚିହ୍ନିଲେ ମିଳିବ ପୁରସ୍କାର

ଏହି ତିନିଜଣଙ୍କ ଫଟୋ କ୍ରାଇମବ୍ରାଞ୍ଚ ଜାରି କରିଛି । ଯଦି ଅଭିଯୁକ୍ତ ବିଷୟରେ କେହି ସୂଚନା ଦିଅନ୍ତି ତାଙ୍କୁ ପୁରସ୍କାର ମିଳିବା ନେଇ ମଧ୍ୟ ଘୋଷଣା କରାଯାଇଛି । ଏନେଇ ସୂଚନା ଦେବାକୁ କ୍ରାଇମବ୍ରାଞ୍ଚ ତରଫରୁ ନମ୍ବର ମଧ୍ୟ ଜାରି କରାଯାଇଛି । ୯୪୩୭୦୯୭୬୬୨, ୯୪୩୮୧୨୯୬୧୨ ଓ ୭୦୦୮୧୬୦୧୧୪ ନମ୍ବରରେ ଯୋଗାଯୋଗ କରିବାକୁ ସୂଚନା ଦେଇଛି କ୍ରାଇମବ୍ରାଞ୍ଚର EOW ଓ CID ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 29, 2021, 3:25 PM IST

ABOUT THE AUTHOR

...view details