ଓଡିଶା

odisha

ETV Bharat / city

ନିଶା ଟଙ୍କାରେ ଟକଲୁ ରାଜାର ସମ୍ପତ୍ତି ପାହାଡ: ଧ୍ବଂସ କରିବେ Crime Branch, STF - ଓଡିଶା କ୍ରାଇମ ନ୍ୟୁଜ

ନିଶା ମାଫିଆ ଟକଲୁ ରାଜାର ସମ୍ପତ୍ତି ମାଟିରେ ମିଶିବ । ଟକଲୁ ରାଜା ଓରଫସେକ ସମିରଉଦ୍ଦିନ ସମ୍ପତ୍ତି ବାଜ୍ୟାପ୍ତି କରିବ କ୍ରାଇମବ୍ରାଞ୍ଚ ଏସଟିଏଫ୍। ଏଥିପାଇଁ ମିଳିଲା ଗ୍ରିନ ସିଗନାଲ। ଅଧିକ ପଢନ୍ତୁ

ନିଶା ଟଙ୍କାରେ ଟକଲୁ ରାଜା ସମ୍ପତ୍ତି ପାହାଡ : ଧ୍ବଂସ କରିବ Crime Branch Stf ,ମିଳିଲା ଅନୁମତି
ନିଶା ଟଙ୍କାରେ ଟକଲୁ ରାଜା ସମ୍ପତ୍ତି ପାହାଡ : ଧ୍ବଂସ କରିବ Crime Branch Stf ,ମିଳିଲା ଅନୁମତି

By

Published : Dec 31, 2021, 7:38 PM IST

ଭୁବନେଶ୍ବର : ନିଶା ଟଙ୍କାରେ ସମ୍ପତ୍ତିର ପାହାଡ । କିଣିଥିଲା ଜାଗା କରିଥିଲା ଘର । ପିଲାଛୁଆ ଓ ସ୍ତ୍ରୀ ନାଁରେ ଅଚଳାଚଳ ସମ୍ପତ୍ତି । ନିଶା ଟଙ୍କାରେ ନିଶା ମାଫିଆ ଟକଲୁ ରାଜା ଓରଫ ସେକ ସମିରଉଦ୍ଦିନ ସାଜିଥିଲା ବାଦଶାହା । ହେଲେ ବ୍ରାଉନସୁଗାର ଓ ହିରୋଇନ ବିକି ଅର୍ଜିଥିବା ସମ୍ପତ୍ତି ମାଟିରେ ମିଶିବ । କାରଣ ନିଶା ଟଙ୍କାରେ ସମ୍ପତ୍ତି ରହି ପାରିବନି ବେଶିଦିନ । ନିଶା ବିରୋଧରେ ଓଡିଶା ପୋଲିସର ଅଭିଯାନ ମହଙ୍ଗା ପଡିଛି। ନିଶା ମାଫିଆ ଟକଲୁ ରାଜା ଓରଫ ସେକ ସମିରଉଦ୍ଦିନ ସମ୍ପତି ବାଜ୍ୟାପ୍ତି କରିବ କ୍ରାଇମବ୍ରାଞ୍ଚ ଏସଟିଏଫ୍। ଏଥିପାଇଁ ମିଳିଲା ଗ୍ରିନ ସିଗନାଲ।

ନିଶା ଟଙ୍କାରେ ଟକଲୁ ରାଜା ସମ୍ପତ୍ତି ପାହାଡ : ଧ୍ବଂସ କରିବ Crime Branch Stf ,ମିଳିଲା ଅନୁମତି

ଆରମ୍ଭ ହେଲା ଏସଟିଏଫର ବାଜ୍ୟାପ୍ତି ଅଭିଯାନ । ଏନଡିପିଏସ ଆକ୍ଟ ଆଧାରରେ କଲିକତାର (କ୍ବାସି ) କମ୍ପିଟେଟ ଅଥରିଟି ଦେଲେ ଅନୁମତି। ଅନୁମତି କ୍ରମେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସଜବାଜ ହୋଇଛି ଏସଟିଏଫ ଟିମ । ଏନେଇ ଅନୁମତି ମିଳିଥିବା ଟକଲୁ ରାଜାର ୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ତୟାର‌ୀ ହୋଇଛି। ଯେଉଥିରେ ରହିଛି ୧୯ଟି ପ୍ଲଟ ଓ ଘର। ଏହା ସହିତ ୨୦ଲକ୍ଷ ଟଙ୍କାର‌ ସୁନା ଗହଣା ଗାଡି ମୋଟର ଓ ଟଙ୍କା ସହ ବ୍ୟାଙ୍କ ବାଲାନ୍ସ।

ବ୍ରାଉନସୁଗାର ମାଫିଆ ଟକଲୁ ରାଜା। ନିଶା କାରବାର କରି ତିଆରି କରିଥିଲା ଧଳା‌ ଜହରର ନେଟଓ୍ବାର୍କ । ଓଡିଶା ସୀମାନ୍ତ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଓ ହିରୋଇନ ସପ୍ଲାଏ କରି ସାଜିଥିଲା ନିଶା ମାଫିଆ । ଏ ନେଟଓ୍ବାର୍କରେ ଯୁବପିଢୀଙ୍କୁ ସାମିଲ କରିଥିଲା । ଭିନ୍ନ ତରିକାରେ ଓଡିଶାର ବିଭିନ୍ନ ଜିଲ୍ଲାକୁ ସପ୍ଲାଏ କରୁଥିଲେ ବ୍ରାଉନସୁଗାର ।

ଆଉ ତାହାର ନଜରରେ ଥିଲା ଖୋର୍ଦ୍ଧା ଓ ଭୁବନେଶ୍ୱର ଉପରେ । ରାଜଧାନୀକୁ ବ୍ରାଉନସୁଗାର ସପ୍ଲାଏ କରି ଓଡିଶା ପୋଲିସର ସ୍କାନରକୁ ଆସିଥିଲା । ଯାହାକୁ ଧରିବାକୁ ଯୋଜନା କରିଥିଲା ଏସଟିଏଫ୍(STF)। ଗତ ୨୩ ଫେବୃଆରୀରେ ଟକଲୁ ରାଜାର ବାଲେଶ୍ବର ଘରେ ରେଡ ହୋଇଥିଲା । ୪୦୫ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଥିଲା ୪୦ଲକ୍ଷ। ତେବେ ଏହାପରେ ଟକଲୁ ରାଜାକୁ ଟ୍ରାକ କରୁଥିଲା ଏସଟିଏଫ ଓ ବାଲେଶ୍ବର ପୋଲିସ। ପରେ ୧ ଏପ୍ରିଲ ୨୦୨୧ରେ ବାଲେଶ୍ଵର ପୋଲିସ ଆଗରେ ଟକଲୁ ରାଜା ଆତ୍ମସମର୍ପଣ କରିଥିଲା । ଯେକି ଏବେବବି ଜେଲରେ ରହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details