ଭୁବନେଶ୍ୱର :ଭୁବନେଶ୍ୱର ଏକାମ୍ର ହାଟ ପୁରାତନ ଓ ବିଲୁପ୍ତ ହସ୍ତକଳା ପାଇଁ ପ୍ରସିଦ୍ଧ ଲାଭ କରିଛି । କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ମଧ୍ୟ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି । ଏହି ହାଟରେ ପାଖପାଖି ୪୫ଟି ହସ୍ତକଳା ସାମଗ୍ରୀ ସହ ୫ଟି ଖାଦ୍ୟ ଷ୍ଟଲ ମଧ୍ୟ ରହିଥିଲା । କିନ୍ତୁ କୋରୋନା କଟକଣା ପରଠୁ ସବୁ କିଛି ଠପ ହୋଇଯାଇଛି । ପାଖାପାଖି ୧ବର୍ଷ ହେବ ଏକାମ୍ର ହାଟ ବନ୍ଦ ହୋଇପଡିଛି ।
କୋରୋନା ମହାମାରୀ ଭାଙ୍ଗି ଦେଇଛି ହସ୍ତ ଶିଳ୍ପୀଙ୍କ ମେରୁଦଣ୍ଡ - craftsman suffer due to corona epidemic
କୋରୋନା ମହାମାରୀ ଭାଙ୍ଗି ଦେଇଛି ହସ୍ତ ଶିଳ୍ପୀଙ୍କ ମେରୁଦଣ୍ଡ । ହାତ ବାନ୍ଧି ବସିଛନ୍ତି ଶତାଧିକ ଶିଳ୍ପୀ । ଖୋଲିପାରୁନି ଏକାମ୍ର ହାଟ, ନଷ୍ଟ ହେବାକୁ ବସିଲାଣି ହସ୍ତ ଶିଳ୍ପ ସାମଗ୍ରୀ । ଅଧିକ ପଢନ୍ତୁ...
ପ୍ରଥମେ ମହାମାରୀ କୋରୋନା ପାଇଁ ହାଟକୁ ବନ୍ଦ କରାଯାଇଥିଲା ପରେ ହାଟର ନବୀକରଣ ପାଇଁ ବନ୍ଦ ହୋଇ ପଡିଛି । ଏକାମ୍ର ହାଟ ବନ୍ଦ ହେବା ଦ୍ୱାରା ପାଖାପାଖି ସମସ୍ତ ହସ୍ତଶିଳ୍ପୀ ପରିବାର ହାତ ବାନ୍ଧି ବସିଛନ୍ତି । ଏକାମ୍ର ହାଟ ହସ୍ତଶିଳ୍ପୀ ସଂଘର ସମ୍ପାଦକ ଚିନ୍ତାମଣି ବିଶ୍ଵାଳ କହିଛନ୍ତି ସରକାର କଥା ଦେଇ ଭୁଲିଗଲେ । ସରକାର ଜାନୁଆରୀରୁ ଏକମ୍ର ହାଟ ଖୋଲିବା ସହ ଦୋକାନ ଆବଣ୍ଟନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ କିନ୍ତୁ, ଏବେ ଯାଏଁ ତାହା ହୋଇପାରି ନାହିଁ । ସରକାରଙ୍କ ଯୋଜନା କେବଳ ବିଜ୍ଞପ୍ତିରେ ସୀମିତ ରହିଯାଉଛି, ବାସ୍ତବିକ ଚିତ୍ର ଏକାମ୍ର ହାଟକୁ ନେଇ ପେଟ ପୋଷୁଥିବା ହସ୍ତଶିଳ୍ପୀଙ୍କୁ ଦେଖିଲେ ବୁଝାପଡୁଛି । ତେବେ ଦେଖିବାକୁ ବାକି ରହିଲା କେବେ ସରକାରଙ୍କ ନିଦ ଭାଙ୍ଗୁଛି ଆଉ ଏକାମ୍ର ହାଟର ବିକାଶ ହେଉଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ