ଭୁବନେଶ୍ବର: ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ଜୋରଦାର କରିବ CPIM । ୨୨ତମ ପାର୍ଟି ରାଜ୍ୟ ସମ୍ମିଳନୀରେ ନିଆଯାଇଛି ଏଭଳି ନିଷ୍ପତ୍ତି। ଏନେଇ (Cpim press meet)ସାମ୍ବାଦିକ ସମ୍ମିଳନୀ କରି CPIM ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ସୂଚନା ଦେଇଛନ୍ତି। ନଭେମ୍ବର 30 ରୁ ଡିସେମ୍ବର 2 ତାରିଖ ପର୍ଯ୍ୟନ୍ତ ବଣାଇଠାରେ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ସମ୍ମିଳନୀ। ଏଥିରେ ସିପିଆଇଏମ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୀତାରମ ୟେଚୁରୀ ଯୋଗ ଦେଇଥିଲେ।
ତେବେ ରାଜ୍ୟର ମୌଳିକ ସମସ୍ୟାର ସମାଧାନ ପାଇଁ ଅନ୍ଦୋଳନ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଏଥିରେ କୃଷକ ଏବଂ ଶ୍ରମିକଙ୍କ ସମସ୍ୟାକୁ ଗୁରୁତ୍ବ ଦିଆଯିବ। ଏହାସହ ରାଜ୍ୟରେ ଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ବିରୋଧୀ ଅପରାଧ ବୃଦ୍ଧି, ବିଦ୍ୟୁତ ଦରବୃଦ୍ଧି, ଜଳସେଚନ, ଖଣି ଲୁଟ ପ୍ରସଙ୍ଗକୁ ନେଇ ଜୋରଦାର ଆନ୍ଦୋଳନ କରିବ ଦଳ ।