ଓଡିଶା

odisha

ETV Bharat / city

ମୋଦି ସରକାରଙ୍କ ନବ୍ୟ ଉଦାରବାଦୀ ସାମ୍ପ୍ରଦାୟିକତା ନୀତି ବିରୋଧରେ ଆନ୍ଦୋଳନ ଡାକରା - bhubaneswar news

ସିଆଇଟିୟୁ, ଓଡିଶା କୃଷକ ସଭା ଓ ଓଡିଶା କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଅଗଷ୍ଟ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ପ୍ରଚାର ଅଭିଯାନ ଓ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

ମୋଦୀ ସରକାରଙ୍କ ନବ୍ୟ ଉଦାରବାଦୀ ସାମ୍ପ୍ରଦାୟିକତା ନୀତି ବିରୋଧରେ ଆନ୍ଦୋଳନ
ମୋଦୀ ସରକାରଙ୍କ ନବ୍ୟ ଉଦାରବାଦୀ ସାମ୍ପ୍ରଦାୟିକତା ନୀତି ବିରୋଧରେ ଆନ୍ଦୋଳନ

By

Published : Jul 31, 2022, 7:40 AM IST

ଭୁବନେଶ୍ବର:ମୋଦି ସରକାରଙ୍କ ନବ୍ୟ ଉଦାରବାଦୀ ସାମ୍ପ୍ରଦାୟିକତା ନୀତି ବିରୋଧରେ ତେଜୁଛି ଆନ୍ଦୋଳନ । ସ୍ବାଧୀନତା ୭୫ ବର୍ଷ ପୂର୍ତ୍ତି ପାଳନ ପ୍ରରିପ୍ରେକ୍ଷୀରେ ଏନେଇ ସିଆଇଟିୟୁ, ଓଡିଶା କୃଷକ ସଭା ଓ ଓଡିଶା କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଅଗଷ୍ଟ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ପ୍ରଚାର ଅଭିଯାନ ଓ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି ।

ମୋଦୀ ସରକାରଙ୍କ ନବ୍ୟ ଉଦାରବାଦୀ ସାମ୍ପ୍ରଦାୟିକତା ନୀତି ବିରୋଧରେ ଆନ୍ଦୋଳନ

ଦେଶର ପୁରୁଷ, ମହିଳା, କୃଷକ ସ୍ବାଧୀନତା ଆନ୍ଦୋଳନ ପାଇଁ ଅନେକ ତ୍ୟାଗ ଓ ବଳିଦାନ ଦେଇଛନ୍ତି । ବ୍ରିଟିଶ ବିରୋଧରେ ଲଢେଇ କଲାବେଳେ କଣ ସେମାନଙ୍କର ସ୍ବପ୍ନ ଥିଲା । ସ୍ବାଧୀନ ଭାରତ ବର୍ଷରେ ଶ୍ରମିକ, କୃଷକମାନେ ଶୋଷଣମୁକ୍ତ ଦମନହୀନ ଏକ ଉନ୍ନତ ଜୀବନ ଯାପନ କରିବାକୁ ଆଶାପୋଷଣ କରିଥିଲେ । କିନ୍ତୁ ଆଜି ବେକାରୀ, ଦରବୃଦ୍ଧି, ମୁଦ୍ରାସ୍ପୀତି,କୃଷି ସଙ୍କଟ ,ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ବିପନ୍ନ କରିଛି।

କିନ୍ତୁ ଦେଶ ସ୍ବାଧୀନତା ଆନ୍ଦୋଳନରେ ବିଜେପି ଓ ଆରଏସଏସର କୌଣସି ଭୂମିକା ନ ଥିବାବେଳେ ଆଜାଦି କା ଅମୃତ ମହୋତ୍ସବ ପାଳନ ନାଁ'ରେ ଆଜି ସେମାନେ ସ୍ବାଧୀନତାର ଶ୍ରେୟ ନେବାକୁ ଉଦ୍ୟମରତ । ବର୍ତ୍ତମାନ ପିଢିର ଜନଗଣଙ୍କ ପାଖକୁ ନେଇଯିବାକୁ ତଥା ମୂଲ୍ୟ ବୃଦ୍ଧି, ନିଯୁକ୍ତି, ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ, ବାସଗୃହ, ମାଗଣା ଶିକ୍ଷା, ସରକାରୀ କ୍ରୟ ବ୍ୟବସ୍ଥା ସହିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଋଣଛାଡ଼ ଆଦି ପ୍ରସଙ୍ଗରେ ମିଳିତ କାର୍ଯ୍ୟକ୍ରମ ପାଇଁ ଡାକରା ଦିଆଯାଇଛି ।

ଅଗଷ୍ଟ ୧ ତାରିଖ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ବିକ୍ଷୋଭରେ ସିଆଇଟିୟୁ, କୃଷକ ସଭା ପକ୍ଷରୁ ସମର୍ଥନ ଓ ସକ୍ରିୟ ଅଶଂ ଗ୍ରହଣ କରିବେ । ଅଗଷ୍ଟ ୯ ଭାରତ ଛାଡ ଆନ୍ଦୋଳନ ପରିପ୍ରେକ୍ଷୀରେ ଅଗଷ୍ଟ ୮ରେ ତିନୋଟି ସଂଗଠନ ପକ୍ଷରୁ ଜିଲ୍ଲା,ସବଡଭିଜନ୍ ଓ ବ୍ଳକ ସ୍ତରରେ ବିକ୍ଷୋଭ ଓ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ । ଅଗଷ୍ଟ ୧୪ ସ୍ବାଧୀନତା ଦିବସର ପ୍ରାକ୍ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସହିତ ସାମୁହିକ ରାତ୍ରୀ ଜାଗରଣ ସଂଗଠିତ କରାଯିବା ସହିତ ୧୫ରେ ପତାକା ଉତ୍ତୋଳନ କରାଯିବ ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details