ଭୁବନେଶ୍ବର: ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଲିଫଲେଟ୍ରେ ଗାନ୍ଧୀଜୀଙ୍କ ମୃତ୍ୟୁ ଆକସ୍ମିକ ଭାବେ ହୋଇଥିବା ଦର୍ଶାଇବା ଘଟଣାକୁ ସିପିଆଇ(ଏମ୍)ର ନିନ୍ଦା । ଏହି ମିଥ୍ୟା ତଥ୍ୟ ଉପସ୍ଥାପନ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କଲା ସିପିଆଇ(ଏମ୍)ର ରାଜ୍ୟ କମିଟି ।
ଗାନ୍ଧୀଜୀଙ୍କ ମୃତ୍ୟୁକୁ ଆକସ୍ମିକ ଦର୍ଶାଇବା ଘଟଣାକୁ ସିପିଆଇ(ଏମ୍)ର ନିନ୍ଦା ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ଦଳ । ତଳିଆ କର୍ମଚାରୀ ବା ଅଧିକାରୀଙ୍କ ଉପରେ ଦୋଷ ଲଦି ଦେଇ ରାଜ୍ୟ ସରକାର ଯେଭଳି ଭାବରେ ଏ ଘଟଣାକୁ ହାଲୁକା ଭାବେ ନେଇଛନ୍ତି, ତାହାକୁ ଦୃଢ ନିନ୍ଦା କରିଛି ଭାରତୀୟ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ।
ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ । ଯେଉଁ ପ୍ରଶାସନିକ ବ୍ୟକ୍ତି ଏପରି ଲେଖିଥିଲେ ଓ ପ୍ରଶାସନିକ ଅଧିକାରୀ ଏହାକୁ ଅନୁମୋଦନ କରିଥିଲେ, ତାହା ଲୋକଲୋଚନକୁ ଆସିବା ଦରକାର ଓ ଘଟଣାରେ ସଂଶ୍ଳିଷ୍ଟ ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି କହିଛି ଦଳ । ଏହାସହ ରାଜ୍ୟ ସରକାର ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଖରେ ଗାନ୍ଧୀଜୀଙ୍କ ହତ୍ୟା ଘଟଣାକୁ ସ୍ପଷ୍ଟ ଭାବେ ରଖନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ