ଭୁବନେଶ୍ବର: ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ନେଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ରାଜ୍ୟର ସବୁ ଜିଲ୍ଲାରେ ମରୁଡି ଆଶଙ୍କା ଦେଖାଦେଲାଣି । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୧ଟି ଜିଲ୍ଲାରେ ସ୍ବଳ୍ପ ପରିମାଣର ବୃଷ୍ଟି ଯୋଗୁଁ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏବଂ ସମଗ୍ର ରାଜ୍ୟରେ ଶତକଡା ୩୦ ଭାଗ କମ୍ ବର୍ଷା ଯୋଗୁଁ ନିଶ୍ଚିତ ମରୁଡିର ଆଶଙ୍କା ପ୍ରକାଶ ପାଇଛି ।
ସେପଟେ ରାଜ୍ୟ ସରକାର ତୁରନ୍ତ ପ୍ରତି ପଞ୍ଚାୟତରେ ଥିବା ଜଳ ଉତ୍ସକୁ ବ୍ୟବହାର କରି ପାଣିର ବ୍ୟବସ୍ଥା କରିବା ଏବଂ ବିଜୁଳି ସଂଯୋଗ କରି ଅଞ୍ଚଳ ଜଳସେଚନ ପଏଣ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରି ଜଳ ଯୋଗାଣ କରିବାକୁ ସି.ପି.ଆଇ.ଏମ୍ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି ।
ତେବେ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ CPIMର ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ କହିଛନ୍ତି ଯେ ମରୁଡିର ପ୍ରତିକାର ସହିତ ୧୬ ଦଫା ଦାବିକୁ ଭିତ୍ତି କରି ଦଳ ପକ୍ଷରୁ ସେପ୍ଟେମ୍ବର ମାସରେ ପ୍ରଚାର ଅଭିଯାନ କରିବ । ଆଉ ଶିକ୍ଷାନୁଷ୍ଠାନ ଗୁଡିକ ବର୍ଷାଧିକ କାଳ ଧରି ବନ୍ଦ ରହିଥିବା ଯୋଗୁଁ ଶିକ୍ଷା କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।