ଓଡିଶା

odisha

ETV Bharat / city

ଢିଙ୍କିଆ ପ୍ରସଙ୍ଗ: CPIM-BKMUର ପୋଲିସ ପ୍ରତ୍ୟାହାର ଦାବି - ଭୁବନେଶ୍ବରରେ ସିପିଆଇଏମ୍‌ ଓ ବିକେଏମ୍‌ୟୁର ଶୋଭାଯାତ୍ରା

ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ପୋଲିସ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ରାଜଧାନୀରେ ବିରୋଧ ପ୍ରଦର୍ଶନ କରିଛି ସିପିଆଇଏମ୍‌ ଓ ବିକେଏମ୍‌ୟୁ । ଅଧିକ ପଢ଼ନ୍ତୁ

CPIM and BKMU protest in bhubaneswar demanding to withdrew police force from dhinkia
ଢିଙ୍କିଆ ପ୍ରସଙ୍ଗ: CPIM-BKMUର ପୋଲିସ ପ୍ରତ୍ୟାହାର ଦାବି

By

Published : Jan 17, 2022, 5:07 PM IST

ଭୁବନେଶ୍ବର:ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ JSW ପ୍ରକଳ୍ପକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ । ଏହାକୁ ନେଇ ପୋଲିସ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି । ଢିଙ୍କିଆରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ରାଜଧାନୀରେ ବିରୋଧ ପ୍ରଦର୍ଶନ କରିଛି ସିପିଆଇଏମ୍‌(Communist Party of India) ଓ ବିକେଏମ୍‌ୟୁ(Bharatiya Khet Mazdoor Union) ।

ଢିଙ୍କିଆ ପ୍ରସଙ୍ଗ: CPIM-BKMUର ପୋଲିସ ପ୍ରତ୍ୟାହାର ଦାବି

ଏହାକୁ ନେଇ ଭୁବନେଶ୍ବରର ଅଶୋକ ନଗର ଭଗବତୀ ଭବନରୁ ରାଜମହଲ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଛି ସିପିଆଇଏମ୍‌ ଓ ବିକେଏମ୍‌ୟୁ । ଢିଙ୍କିଆ ଚାରି ପ୍ରଦେଶରୁ ତୁରନ୍ତ ପୋଲିସ ପ୍ରତ୍ୟାହାର ସହ ଗିରଫ ହୋଇଥିବା ଲୋକଙ୍କୁ ନିଃସର୍ତ୍ତ ଛାଡିବାକୁ ଦାବି ହୋଇଛି । ଏହାସହ ଅଭିଯୁକ୍ତ ପୋଲିସ ଏବଂ ଏସପିଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସିପିଆଇଏମ୍‌ ଓ ବିକେଏମ୍‌ୟୁ ।

ଖାଲି ସେତିକି ନୁହେଁ ପୋଲିସ ଭାଙ୍ଗିଥିବା ସମସ୍ତ ପାନବରଜର ଉପଯୁକ୍ତ କ୍ଷତିପୂରଣ ରାଶି ଦାବି କରାଯାଇଛି । ଢିଙ୍କିଆରେ ଲୋକେ ପାନ ବରଜ ଉପରେ ନିର୍ଭରଶୀଳ । ଏହାଦ୍ବାରା ହିଁ ତାଙ୍କ ପରିବାର ଭରଣପୋଷଣ କରୁଛନ୍ତି । ଅମାନବୀୟ ଭାବରେ ପୋଲିସ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ କରିଛନ୍ତି ସିପିଆଇ ଜୋନ୍‌ ସମ୍ପାଦକ ସୁର ଜେନା । ଦାବି ପୂରଣ ନହେଲେ ଆଗାମୀ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details