ଓଡିଶା

odisha

By

Published : Jan 3, 2020, 5:22 PM IST

ETV Bharat / city

ବିଭିନ୍ନ ଦାବିରେ ରାଜଧାନୀରେ ଗର୍ଜିଲା ସିପିଆଇ

ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକ ପଢନ୍ତୁ...

CPI PROTEST
ବିଭିନ୍ନ ଦାବିରେ ରାଜଧାନୀରେ ଗର୍ଜିଲା ସିପିଆଇ


ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସିପିଆଇ। ରାଜଧାନୀରେ ସିପିଆଇସ ପକ୍ଷରୁ ଏକ ଶୋଭାଯାତ୍ରା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଦଳ। ମୁଖ୍ୟତଃ ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଏହି ବିକ୍ଷୋଭ କରାଯାଇଛି ।

ବିଭିନ୍ନ ଦାବିରେ ରାଜଧାନୀରେ ଗର୍ଜିଲା ସିପିଆଇ

ସିପିଆଇ ପକ୍ଷରୁ ଶହଶହ କର୍ମୀ ଅଶୋକ ନଗର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଜମହଲ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଦରଦାମ ବୃଦ୍ଧି ନେଇ ପ୍ରତିବାଦ କରିଥିଲେ । ଏହାସହ ରାଜ୍ୟରେ ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details