ଭୁବନେଶ୍ବର: ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) 2019 ଲାଗୁ ଓ ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ପ୍ରଚଳନକୁ ନେଇ ବାମପନ୍ଥୀ ଦଳ ଏକତ୍ରିତ ହୋଇଛନ୍ତି । ଯାହାକୁ ବିରୋଧ କରି ରାଜଧାନୀରେ ଏକତ୍ରିତ ହୋଇଛନ୍ତି ବାମପନ୍ଥୀ ଦଳ ।
ଦେଶର ନାଗରିକଙ୍କୁ ସରକାର ଧର୍ମ ଭିତ୍ତିରେ ଭାଗ ଭାଗ କରିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ସିପିଆଇ, ସିପିଆଇ (ଏମ), ସିପିଆଇ (ଏମଏଲ), ଅଲ ଇଣ୍ଡିଆ ଫରୱାର୍ଡ କ୍ଲବ ସମେତ ବିଭିନ୍ନ ବାମପନ୍ଥୀ ଛାତ୍ର ସଂଗଠନ । ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିବା ସହ ଏପରି ସମ୍ବିଧାନ ବିରୋଧୀ କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ଦାବି କରାଯାଇଛି । ନଚେତ ପରବର୍ତ୍ତୀ ଅବସ୍ଥାରେ ସମାଜରେ ଯେଉଁ ଆନ୍ଦୋଳନ ମୁଣ୍ଡ ଟେକିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବାମପନ୍ଥୀ ଦଳମାନେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି।