ଓଡିଶା

odisha

ETV Bharat / city

ହାତଯୋଡି ପୋଲିସ କମିଶନରଙ୍କ ନିବେଦନ, ନିୟମକୁ ମାନନ୍ତୁ ନଚେତ ଆମେ ଗିରଫ କରିବୁ - coronavirus updates

ଜନତା କର୍ଫ୍ୟୁକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ନାଗରିକଙ୍କୁ ସନ୍ଦେଶ । ସମସ୍ତେ ସହଯୋଗ କଲେ କୋରୋନା ବିରୁଦ୍ଧରେ ଜାରି ଏହି ଯୁଦ୍ଧକୁ ଆମେ ଜିତିପାରିବା ବୋଲି କହିଛନ୍ତି ଷଡଙ୍ଗୀ । ଅଧିକ ପଢନ୍ତୁ...

ଜନତା କର୍ଫ୍ୟୁକୁ ନେଇ କମିଶନରଙ୍କ ବାର୍ତ୍ତା, ସହଯୋଗ କଲେ ଯୁଦ୍ଧ ଜିତିବା
ଜନତା କର୍ଫ୍ୟୁକୁ ନେଇ କମିଶନରଙ୍କ ବାର୍ତ୍ତା, ସହଯୋଗ କଲେ ଯୁଦ୍ଧ ଜିତିବା

By

Published : Mar 22, 2020, 1:42 PM IST

Updated : Mar 22, 2020, 8:06 PM IST

ଭୁବନେଶ୍ବର: ମହାମାରୀ କୋରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ । କୋରୋନା ବିରୁଦ୍ଧରେ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଦେଶର ନାଗରିକ ପାଳନ କରୁଛନ୍ତି ଜନତା କର୍ଫ୍ୟୁ । ଜନତା କର୍ଫ୍ୟୁକୁ ସଫଳତା ପୂର୍ବକ ପାଳନ ସହ ସରକାରଙ୍କୁ ସହଯୋଗ କରୁଥିବାରୁ ଟ୍ବିନ ସିଟିର ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ପ୍ରତିଶେଧକ ହିଁ ଚିକିତ୍ସାର ସମାଧାନ ବୋଲି କହି ଟ୍ବିନିସିଟିବାସିଙ୍କୁ ଏହି ବନ୍ଦକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି କମିଶନର ଷଡଙ୍ଗୀ ।

ଜନତା କର୍ଫ୍ୟୁକୁ ନେଇ କମିଶନରଙ୍କ ବାର୍ତ୍ତା, ସହଯୋଗ କଲେ ଯୁଦ୍ଧ ଜିତିବା

ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ସାରା ବିଶ୍ବ ଆଗରୁ ଏପରି ସ୍ଥିତି ଦେଖିନାହିଁ । ମାରାତ୍ମକ ଭୂତାଣୁ ବିରୁଦ୍ଧରେ ଏବେ ଲଢେଇ କରୁଛି ସମଗ୍ର ବିଶ୍ବ । ଏହି ଯୁଦ୍ଧରେ ମଣିଷ ଜିତିବ କି ଭୂତାଣୁ ଜିତିବ, ତାହା ସମସ୍ତ ଜନସାଧାରଣଙ୍କ ଉପରେ ନିର୍ଭର କରେ । ସମସ୍ତେ ଏ ଯୁଦ୍ଧରେ ଜଣେ ଜଣେ ସୈନିକ । ମନ ଭିତରେ ସୈନିକର ମାନସିକତା ରହିବା ଉଚିତ । ସୈନିକ ହୋଇ ଭୁତାଣୁ ଓ ଜୀବନ ସହ ଚାଲିଥିବା ଯୁଦ୍ଧରେ ମୁକାବିଲା କରିବା । ବେପରୁଆ ହେଲେ ସମସ୍ତ ହାରିଯିବା । ଏହା ମଜା ତାମସାର ବେଳ ନୁହେଁ । ତେଣୁ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ । ସମୟ ଆବଶ୍ଯକତା ଯୋଗୁଁ ନିୟମକୁ ମାନନ୍ତୁ । ଆଇନକୁ ଭାଙ୍ଗନ୍ତୁ ନାହିଁ ,ଆମେ ପରାମର୍ଶ କରିବୁ ନଚେତ ଦୃଢ କାର୍ଯାନୁଷ୍ଠାନ ନେବୁ। ଏପରି କଠୋର ନିଷ୍ପତ୍ତିକୁ ବୁଝିବାକୁ ଚେଷ୍ଟା କରିବା ସହ ଆଇନକୁ ନଭାଙ୍ଗିବାକୁ କହିଛନ୍ତି ସୁଧାଂଶୁ ।

ବରିଷ୍ଠ ନାଗରିକଙ୍କୁ ସେ କହିଛନ୍ତି ଦୁରତା ବଜାୟ ରଖନ୍ତୁ। ପଞ୍ଜିକୃତ ବରିଷ୍ଠ ନାଗରିକମାନଙ୍କୁ ନୋଡାଲ ଅଫିସର ମାନେ ଯୋଗାଯୋଗରେ ଅଛନ୍ତି।ଆବଶ୍ଯକ ପଡିଲେ ପୋଲିସକୁ କଲ କରନ୍ତୁ ନଚେତ ପଡୋଶୀଙ୍କୁ ଆମେ ଅନୁରୋଧ କରିବୁ ଆପଣଙ୍କ ପାଇଁ ସଉଦା ଆଣିବାକୁ । ନଚେତ ତେଜରାତି ଦୋକାନୀ ମାଧ୍ଯମରେ ସଉଦା ଘରେ ଯୋଗାଇବାକୁ ତେଷ୍ଟା କରିବୁ। ସେହିପରି ଯୁବବର୍ଗଙ୍କୁ ସୁଧାଂଶୁ କହିଛନ୍ତି ଯେ ଏହା ଚାଲାକି ଦେଖେଇବାର ସମୟ ନୁହେଁ । ସମସ୍ତଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ। ଅନେକ ଯୁବକ ଅନାବଶ୍ଯକ ଭାବେ ରାସ୍ତାକୁ ଆସୁଛନ୍ତି । ଅତ୍ଯନ୍ତ ଦୁଖଦାୟକ । ତେଣୁ ସେମାନଙ୍କୁ ଅଟକାଇବାକୁ ସେମାନଙ୍କ ବାପାମାଆଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର ।

ବିଶେଷ ପରିସ୍ଥିତିରେ କର୍ଫ୍ୟୁ ପାସ ଏସଏମଏସ ଜରିଆରେ ପଠାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପୋଲିସ କର୍ମଚାରୀଙ୍କ ସହ ସହଯୋଗ କରନ୍ତୁ । ସେମାନେ ଆପଣଙ୍କ ପାଇଁ ଏହି ଯୁଦ୍ଧରେ ପଦାକୁ ବାହାରିଛନ୍ତି । ଜଣଙ୍କର ଦାୟିତ୍ବହୀନତା ପୁରା ସମାଜକୁ ବିପଦରେ ପକାଇବ । ଯେଉଁମାନେ ବିଦେଶରୁ ଆସୁଛନ୍ତି, ସମାନେ 14 ଦିନ ନିଜକୁ ଅଲଗା ରଖନ୍ତୁ । ଏହା ଏକ ଲମ୍ବା ଲଢେଇ । ଏଥିପାଇଁ ମାନସିକ ଶକ୍ତି ଦରକାର । ଯଦି ସମସ୍ତେ ସହଯୋଗ କରିବେ, ତେବେ ଯାଇ ଆମେ ଏହି ଯୁଦ୍ଧ ଜିତିବା । ଅନ୍ୟପକ୍ଷେ ଆଇନ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବୁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 22, 2020, 8:06 PM IST

ABOUT THE AUTHOR

...view details