ଓଡିଶା

odisha

ETV Bharat / city

ବାତ୍ୟା ପାଇଁ ବଢ଼ିପାରେ ସଂକ୍ରମଣ, ବର୍ତ୍ତମାନ ସ୍ଥିତିରେ କଟକଣା ଜରୁରୀ

ରାଜ୍ୟରେ ବାତ୍ୟା ପାଇଁ ବଢିପାରେ ସଂକ୍ରମଣ। ବାତ୍ୟା ସମୟରେ ଆଶ୍ରୟ ସ୍ଥଳରେ ରହୁଥିବା ଲୋକଙ୍କ ଶରୀରରେ ଯଦି କୋରୋନା ଥାଏ ତେବେ ସଂକ୍ରମଣ ବଢିବ। ଅଧିକ ପଢନ୍ତୁ...

covid19 will be increase
ବାତ୍ୟା ପାଇଁ ସଂକ୍ରମଣ ବଢ଼ିପାରେ,ବର୍ତ୍ତମାନ ସ୍ଥିତିରେ କଟକଣା ଜରୁରୀ

By

Published : May 29, 2021, 7:24 PM IST

ଭୁବନେଶ୍ବର: ବାତ୍ୟା ପାଇଁ ସଂକ୍ରମଣ ବଢିପାରେ । ବର୍ତ୍ତମାନ ସ୍ଥିତିରେ କଟକଣା ଜରୁରୀ । ଏନେଇ ପ୍ରତିକ୍ରିୟା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ।

ବାତ୍ୟା ପାଇଁ ସଂକ୍ରମଣ ବଢ଼ିପାରେ,ବର୍ତ୍ତମାନ ସ୍ଥିତିରେ କଟକଣା ଜରୁରୀ

ରାଜ୍ୟରେ ବାତ୍ୟା ପାଇଁ ବଢିପାରେ ସଂକ୍ରମଣ। ବାତ୍ୟା ସମୟରେ ଆଶ୍ରୟସ୍ଥଳରେ ରହୁଥିବା ଲୋକଙ୍କ ଶରୀରରେ ଯଦି କୋରୋନା ଥାଏ ତେବେ ସଂକ୍ରମଣ ବଢିବ। ତେବେ ଏଭଳି ସ୍ଥିତିରେ କଟକଣା କଡାକଡି କରାଯିବା ଆବଶ୍ୟକତା ରହିଛି । ଯେ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ସରକାର କିମ୍ବା ବିଶେଷଜ୍ଞ କମିଟି ସମସ୍ତେ ମିଶି ଏକ ସିଦ୍ଧାନ୍ତ ନେବା ଉଚିତ । ଏହି କମିଟି ଜୀବନ ଜୀବିକା ପାଇଁ ଉପକାର ହେଲା ଭଳି ଦୀର୍ଘସ୍ଥାୟୀ ପଦକ୍ଷେପ ନେବ ବୋଲି କହିଛନ୍ତି ନିର୍ଦ୍ଦେଶକ ।

ବର୍ତ୍ତମାନ ବାତ୍ୟା ଯୋଗୁଁ ଟେଷ୍ଟ ଭଲ ଭାବରେ ହୋଇପାରୁନାହିଁ। ଲୋକେ ବାତ୍ୟା ସମୟରେ ଆଶ୍ରୟସ୍ଥଳରେ ଏକାଠି ରହିଲେ। ବର୍ତ୍ତମାନ ସ୍ଥିତିରେ କୋରୋନା ପୁରା ବଢିଛି କି ପୁରା କମିଛି କହିହେବ ନାହିଁ। ବାତ୍ୟା ଆଶ୍ରୟସ୍ଥଳରେ କାହା ପାଖରେ ଯଦି କୋରୋନା ଥିବ ତେବେ ସଂକ୍ରମଣ ବଢିବ। ବର୍ତ୍ତମାନ ସ୍ଥିତିରେ କଟକଣା ଜରୁରୀ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details