ଭୁବନେଶ୍ବର:ଟୀକାକରଣରେ ପୁଣି ରେକର୍ଡ, ଗୋଟିଏ ଦିନରେ 4 ଲକ୍ଷ ଦିଆଗଲା ଟିକା । ରାଜ୍ୟରେ ସଂକ୍ରମଣ କମିବା ସହ ଟୀକାକରଣକୁ ତ୍ବରାନ୍ବିତ କରାଯାଉଛି। ରାଜ୍ୟରେ ପୁଣି ଥରେ ଦୈନିକ ଟୀକାକରଣରେ 4 ଲକ୍ଷରେ ପହଞ୍ଚିଛି।
ଟୀକାକରଣରେ ପୁଣି ରେକର୍ଡ, ଗୋଟିଏ ଦିନରେ 4 ଲକ୍ଷ ଦିଆଗଲା ଟିକା - କୋରୋନା ଟୀକାକରଣ
ରାଜ୍ୟରେ ଚାଲିଛି କୋରୋନା ଟୀକାକରଣ । ଆଜି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ 4 ଲକ୍ଷରୁ ଅଧିକ ଟିକା ଦେଇଛନ୍ତି । ଅଧିକ ପଢନ୍ତୁ...
ଟୀକାକରଣରେ ପୁଣି ରେକର୍ଡ, ଗୋଟିଏ ଦିନରେ 4 ଲକ୍ଷ ଦିଆଗଲା ଟୀକା
ଟୀକାକରଣରେ ପୁଣି ରେକର୍ଡ କଲା ରାଜ୍ୟ। ଟୀକାକରଣରେ ଗୋଟିଏ ଦିନରେ 4 ଲକ୍ଷ ପାର କରିଛି । ଆଜି ରାଜ୍ୟରେ 1735 ଟି ଟୀକାକରଣ କେନ୍ଦ୍ରରେ 4 ଲକ୍ଷ 24 ହଜାର 34 ଜଣ ଟୀକା ନେଇଛନ୍ତି। ଯାହା ରାଜ୍ୟ ପାଇଁ ଏକ ସଫଳତା। ଏନେଇ ଟୀକାକରଣରେ କାର୍ଯ୍ୟ କରୁଥିବା ସମସ୍ତ ସ୍ବାସ୍ଥ୍ୟ କର୍ମୀ ଏବଂ ଟୀକା ନେବାକୁ ଆସୁଥିବା ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛି ସ୍ବାସ୍ଥ୍ୟ ବିଭାଗ। ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ 6 ଲକ୍ଷ 14 ହଜାର 400 ଟି କୋଭିସିଲଡ଼ ଟୀକା ରହିଥିବା ବେଳେ 3 ଲକ୍ଷ 51 ହଜାର 260 ଟି କୋଭାକ୍ସିନ ଟୀକା ମହଜୁଦ ରହିଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ