ଓଡିଶା

odisha

ETV Bharat / city

କେନ୍ଦ୍ର ସରକାର ଟିକା ଦେବା ପରେ ତତ୍‌କ୍ଷଣାତ ହେବ ଟିକାକରଣ - ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର

କେନ୍ଦ୍ର ସରକାର ଟିକା ଦେବା ପରେ ରାଜ୍ୟରେ ତତ୍‌କ୍ଷଣାତ ହେବ ଟିକାକରଣ ବୋଲି କହିଛନ୍ତି ଡିଏମଇଟିର ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି । ଅଧିକ ପଢନ୍ତୁ...

ଟିକା
ଟିକା

By

Published : Jan 4, 2021, 1:02 PM IST

Updated : Jan 4, 2021, 1:19 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ ଭ୍ୟାକସିନର ଡ୍ରାଏ ରନ ଚାଲିଥିବା ବେଳେ ଗତକାଲି ଦୁଇଟି ଟିକାକୁ ଡିସିଜିଆଇ(DCGI) ଅନୁମୋଦନ ଦେଇଛି । ଜରୁରୀକାଳୀନ ପରିସ୍ଥିତିରେ ଦୁଇଟି ଟିକାକୁ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି ।

ଟିକା

ତେବେ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଟିକା ଦେବା ପରେ, ତତକ୍ଷଣାତ୍‌ ଟିକାକାରଣ କରିବୁ ବୋଲି କହିଛନ୍ତି ଡିଏମଇଟିର ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି । ପ୍ରାଥମିକସ୍ତରରେ ପ୍ରସ୍ତୁତ ହୋଇଥିବା ଡାଟାବେସ୍‌ ଅନୁସାରେ, ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଦେବା ପାଇଁ ଆମେ କେନ୍ଦ୍ର ପାଖରେ ଦାବି କରିଛୁ। ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି ।

ସେହିପରି ଗତ ବର୍ଷ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ଇନଷ୍ଟିଚ୍ୟୁଟ୍‌ର ସିଇଓଙ୍କ ସହ କଥା ହୋଇ ଓଡିଶାକୁ ପ୍ରାଥମିକତା ଦେବା ପାଇଁ ଦାବି କରିଥିଲେ । ସେରମ୍‌ ପାଖରେ 5 କୋଟି ଟିକା ଥିବାରୁ ଦିନେ ଦୁଇ ଦିନ ଭିତରେ ବିତରଣ ଆରମ୍ଭ କରିପାରେ। ସେରମ ଇନଷ୍ଟିଚ୍ୟୁଟର କୋଭାସିଲ୍ଡର ଗୁଣବତ୍ତା 70ରୁ 90 ପ୍ରତିଶତ। ଭାରତ ବାୟୋଟେକର କୋଭାକ୍ସିନର ଗୁଣବତ୍ତା 90ରୁ 95 ପ୍ରତିଶତ ବୋଲି ବିଶେଷଜ୍ଞ କହୁଥିବା ସେ କହିଛନ୍ତି ।

ସେପଟେ ସ୍କୁଲରେ ଛାତ୍ରଛାତ୍ରୀଙ୍କର କୋଭିଡ ଟେଷ୍ଟ ହୋଇପାରେ । ICMR ନିର୍ଦ୍ଦେଶ ଅନୁସାରେ ଟେଷ୍ଟ ହୁଏ। କାହାର ହେବ ସେମାନେ ନିଷ୍ପତ୍ତି ନିଅନ୍ତି। ଏଯାଏ ଛାତ୍ରଛାତ୍ରୀଙ୍କ ମାସ୍‌ ଟେଷ୍ଟ ପାଇଁ ନିର୍ଦ୍ଦେଶ ଆସିନି। ନିର୍ଦ୍ଦେଶ ଆସିଲେ, ଆମେ ନିଶ୍ଚିତ କରିବୁ ବୋଲି କହିଛନ୍ତି DMET ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।

ଅନ୍ୟପଟେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ କହିଛନ୍ତି ଯେ, ‘ପ୍ରାଥମିକ ପର୍ଯ୍ୟାୟରେ 3.27 ଲକ୍ଷ ସ୍ବାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଆହୁରି ଅଧିକ ପ୍ରସ୍ତୁତ ହେବ। କହି ହେବନି କେବେ ସୁଦ୍ଧା ଟିକା ଆସିବ।’ ହେଲେ ଆସିବା ମାତ୍ରେ, ଆମେ ଦେବୁ । ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟରେ ଟିକାକରଣ କରାଯିବ। କିନ୍ତୁ ଘରୋଇ ବିକ୍ରି ନେଇ ଡ୍ରଗ୍ସ କଣ୍ଟ୍ରୋଲରର ଭୂମିକା ରହିବ। କିନ୍ତୁ ଏ ପର୍ଯ୍ୟନ୍ତ ସେନେଇ କୌଣସି ଗାଇଡଲାଇନ ମିଳିନାହିଁ। ଗାଇଡଲାଇନ ଆସିବା ପରେ ଘରୋଇ ଭାବେ ବିତରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଡ୍ରଗସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 4, 2021, 1:19 PM IST

ABOUT THE AUTHOR

...view details