ଓଡିଶା

odisha

ETV Bharat / city

ଶିଶୁଙ୍କୁ ସଂକ୍ରମଣ ଚିନ୍ତା, ସଠିକ ଚିକିତ୍ସାକୁ ଗୁରୁତ୍ବ

ସାମ୍ଭାବ୍ୟ ତୃତୀୟ ଲହର ପାଇଁ ଚାଲିଛି ପ୍ରସ୍ତୁତି। ବିଶେଷ ଭାବରେ ଶିଶୁ ମାନେ ଯଦି ସଂକ୍ରମିତ ହୁଅନ୍ତି ସେମାନେ କିପରି ଭାବରେ ସଠିକ ଚିକିତ୍ସା ପାଇ ପାରିବେ ତାହା ଉପରେ ଗୁରୁତ୍ବ ଦିଆଯାଉଥିବା ନେଇ ପ୍ରକାଶ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

By

Published : Aug 9, 2021, 3:30 PM IST

Covid19 third wave child vaccine treatment
ଶିଶୁମାନଙ୍କୁ ସଂକ୍ରମଣ ଚିନ୍ତା, ସଠିକ ଚିକିତ୍ସା ପାଇଁ ଗୁରୁତ୍ବ

ଭୁବନେଶ୍ବର :ଶିଶୁମାନଙ୍କୁ ସଂକ୍ରମଣ ଚିନ୍ତା, ସଠିକ ଚିକିତ୍ସା ପାଇଁ ଗୁରୁତ୍ବ। ସାମ୍ଭାବ୍ୟ ତୃତୀୟ ଲହର ପାଇଁ ଚାଲିଛି ପ୍ରସ୍ତୁତି। ବିଶେଷ ଭାବରେ ଶିଶୁ ମାନଙ୍କର ଚିକିତ୍ସା ପାଇଁ ଚାଲିଛି ପ୍ରସ୍ତୁତି। ଆଗକୁ ଶିଶୁ ମାନେ ଯଦି ସଂକ୍ରମିତ ହୁଅନ୍ତି ସେମାନେ କିପରି ଭାବରେ ସଠିକ ଚିକିତ୍ସା ପାଇ ପାରିବେ ତାହା ଉପରେ ଗୁରୁତ୍ବ ଦିଆଯାଉଛି।

ଶିଶୁମାନଙ୍କୁ ସଂକ୍ରମଣ ଚିନ୍ତା, ସଠିକ ଚିକିତ୍ସା ପାଇଁ ଗୁରୁତ୍ବ

ତୃତୀୟ ଲହର ଏତେ ପ୍ରଭାବିତ ହେବାନାହିଁ ବୋଲି ଆଶା କରାଯାଉଛି। 15 ପ୍ରତିଶତ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା କରି ପ୍ରସ୍ତୁତ କରାଯାଉଛି। ସରଞ୍ଜାମ, ମାନବ ସମ୍ବଳ ତାଲିମ ଉପରେ ଗୁରୁତ୍ବ ଦିଆଯାଉଛି। ଆଜିଠାରୁ ଶିଶୁଙ୍କ ଚିକିତ୍ସା ନେଇ ତାଲିମ ଆରମ୍ଭ ହେଉଛି। ଆଗଧାଡ଼ିର ଯୋଦ୍ଧା, ଅଙ୍ଗନବାଡି, ଆଶା ମାନଙ୍କର ତାଲିମ ଶେଷ ହୋଇଛି। ଆଜିଠାରୁ ହସ୍ପିଟାଲ ପେଡ୍ରାଏଟିକରେ ଯେଉଁ ମାନେ ସଂଶ୍ଳିଷ୍ଟ ରହିବେ ସେମାନଙ୍କୁ 6ଟା ବ୍ୟାଚ ରେ ତାଲିମ ଆରମ୍ଭ ହେଉଛି। ଆଗକୁ ଶିଶୁ ମାନେ ଯଦି ସଂକ୍ରମିତ ହୁଅନ୍ତି ସେମାନେ କିପରି ଭାବରେ ସଠିକ ଚିକିତ୍ସା ପାଇ ପାରିବେ ତାହା ଉପରେ ଗୁରୁତ୍ବ ଦିଆଯାଉଛି। ଅନ୍ୟପଟେ ଟୀକା ମିକ୍ସ ନେଇ କିଛି ରେକମେଣ୍ଡେସନ ଆସିନାହିଁ। ବୈଜ୍ଞାନିକ ସମ୍ମତ ହେବା ପରେ ରେକମେଣ୍ଡେସନ ଆସିଲେ ଚିନ୍ତା କରାଯିବ।

ସେହିପରି ଟୀକା ସାର୍ଟିଫିକେଟ ଡାଉନଲୋଡ ନେଇ କେନ୍ଦ୍ର ସରକାରଙ୍କର ପକ୍ଷରୁ ହେଲ୍ପ ଡେସ୍କ ଜାରି କରାଯାଇଛି। 9013151515 ନମ୍ବରକୁ ଆଡ କରି WhatsApp ରେ ଆଡ କରି ସାର୍ଟିଫିକେଟ ଡାଉନଲୋଡ କରିପାରିବେ। ଟୀକାକରଣ ଉପରେ ଅନ୍ୟ ସୂଚନା ମଧ୍ୟ ପାଇପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details