ଓଡିଶା

odisha

ETV Bharat / city

ବିଧାନସଭା କୋଭିଡ୍ ଟେଷ୍ଟ ରିପୋର୍ଟ: ୭୫୭ରୁ ୧୩୬ ପଜିଟିଭ୍ - ବିଧାନସଭା ପାଇଁ କୋଭିଡ୍ ଟେଷ୍ଟ ରିପୋର୍ଟ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କୋରୋନା ରିପୋର୍ଟ । ମୋଟ 757 ମଧ୍ୟରୁ 136 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ବିଧାୟକ ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକ ମଧ୍ୟ କୋରୋନା ପଜିଟିଭ । ଅଧିକ ପଢନ୍ତୁ...

ବିଧାନସଭା ପାଇଁ କୋଭିଡ୍ ଟେଷ୍ଟ ରିପୋର୍ଟ ୭୫୭ ରୁ ୧୩୬ ପଜିଟିଭ୍
ବିଧାନସଭା ପାଇଁ କୋଭିଡ୍ ଟେଷ୍ଟ ରିପୋର୍ଟ ୭୫୭ ରୁ ୧୩୬ ପଜିଟିଭ୍

By

Published : Sep 27, 2020, 6:45 PM IST

ଭୁବନେଶ୍ବର: ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କୋରୋନା ଟେଷ୍ଟ ରିପୋର୍ଟ। ଗତକାଲି ହୋଇଥିବା ୭୫୭ କୋଭିଡ ଟେଷ୍ଟରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ବିଧାୟକ ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକ ମଧ୍ୟ କୋରୋନା ପଜିଟିଭ୍ ଆସିଛନ୍ତି ।

ରାଜ୍ୟ ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ଗତକାଲି ସ୍ବାବ ସଂଗ୍ରହ କରାଯାଇଥିଲା । ବିଧାନସଭାରେ ପ୍ରଥମ ଦିନ ୭୫୭ ଜଣଙ୍କର ହୋଇଥିଲା କୋରୋନା ଟେଷ୍ଟ । ୭୫୭ ଜଣଙ୍କ ମଧ୍ୟରେ ଅଛନ୍ତି ବିଧାୟକ, ବିଧାନସଭାର କର୍ମଚାରୀ ଓ ସାମ୍ବାଦିକ । ବାଚସ୍ପତିଙ୍କ ସହ 20 ଜଣ ବିଧାୟକଙ୍କର ହୋଇଛି ନମୁନା ପରୀକ୍ଷା ହୋଇଥିଲା । ଏନେଇ ଵିଧାନସଭା ପକ୍ଷରୁ ସୂଚନା ଦିଆଯାଇିଛି । ରବିବାର ଓ ସୋମବାର ମଧ୍ୟ ଟେଷ୍ଟ ଜାରି ରହିବ l

ସୂଚନାଥାଉକି ଆସନ୍ତା 29 ତାରିଖରୁ ବିଧାନସଭା କାର୍ଯ୍ୟ ଆରମ୍ଭ କରାଯିବା ନେଇ ବାଚସ୍ପତି ଘୋଷଣା କରିଛନ୍ତି । ବିଧାନସଭାକୁ କୋରୋନା କଟକଣା ଅନୁୟାୟୀ ପରିଚାଳନା କରିବା ପାଇଁ ସମସ୍ତପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details