ଓଡିଶା

odisha

By

Published : Nov 29, 2020, 8:43 PM IST

ETV Bharat / city

ଭୁବନେଶ୍ବର ଆରୋଗ୍ୟ ସଂଖ୍ୟା ଟପିଲା 30 ହଜାର

ରାଜଧାନୀର 30 ହଜାର ଟପିଲା ଆରୋଗ୍ୟ ସଂଖ୍ୟା । ରବିବାର ରାଜଧାନୀରେ 32 ଜଣ ଚିହ୍ନଟ ହୋଇଥିବା ବେଳେ 52 ଜଣ ସୁସ୍ଥ ହୋଇଛନ୍ତି। ଅଧିକ ପଢନ୍ତୁ...

ଭୁବନେଶ୍ବର ଆରୋଗ୍ୟ ସଂଖ୍ୟା 30 ହଜାର ଟପିଲା
ଭୁବନେଶ୍ବର ଆରୋଗ୍ୟ ସଂଖ୍ୟା 30 ହଜାର ଟପିଲା

ଭୁବନେଶ୍ବର: ରାଜଧାନୀରେ ଆରୋଗ୍ୟ ସଂଖ୍ୟା 30 ହଜାର ଟପିଲା । ଭୁବନେଶ୍ବରରେ ମୋଟ ଆକ୍ରାନ୍ତ 30 ହଜାର ସଂକ୍ରମଣ ପାର ହୋଇଥିବା ବେଳେ ଆରୋଗ୍ୟ ସଂଖ୍ୟା 30 ହଜାର ପାର ହୋଇଛି । ରବିବାର ରାଜଧାନୀରେ 32 ଜଣ ଚିହ୍ନଟ ହୋଇଥିବା ବେଳେ 52 ଜଣ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 10 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ 22 ରେ ପହଁଞ୍ଚିଛି । ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ଭୁବନେଶ୍ବରରେ ମୋଟ ମୃତକଙ୍କ ସଂଖ୍ୟା 219 ଛୁଇଁଛି । ଏପଟେ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର 27 ଜଣ ଚିହ୍ନଟ ହୋଇଛନ୍ତି । ହୋମ କ୍ଵରେଣ୍ଟାଇନରେ 10 ଙ୍କ ମାଧ୍ୟମରେ 2 ଜଣ ନୀଳାଦ୍ରି ବିହାର, ନୟାପଲି, କଳିଙ୍ଗ ବିହାର, ଜାଗମରା, ବଡଗଡ, ପାହାଲ, ପଟିଆ ଓ ବିଜେବି ନଗରରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

ଅନ୍ୟପଟେ ସ୍ଥାନୀୟ ସଂକ୍ରମଣ 22 ଚିହ୍ନଟ ହୋଇଥିବା ବେଳେ 2 ଜଣ ନୟାପଲ୍ଲୀ, ପୋଖରିପୁଟ, ପଟିଆ, ନୀଳାଦ୍ରି ବିହାର, ନିୟୁ ଫରେଷ୍ଟ ପାର୍କ, ନାହରକଣ୍ଟା, ଖଣ୍ଡଗିରି, କଳିଙ୍ଗ ବିହାର, ବଡଗଡ, ବିଜେବି ନଗର, ବମିଖାଲ, ଚନ୍ଦ୍ରଶେଖରପୁର, ଡେ଼ଲ୍ଟା ଛକ, ଡୁମ ଡୁମା ଆଦି ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରବିବାର ରାଜଧାନୀରୁ 52 ଜଣ ଆରୋଗ୍ୟ ଲାଭ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details