ଭୁବନେଶ୍ବର: ଶନିବାର ରାଜ୍ୟରେ କୋରୋନାରେ ସୁସ୍ଥ ହେଲେ 362 ଜଣ । ରାଜ୍ୟ କୋରୋନାରେ ଆରୋଗ୍ୟ ସଂଖ୍ୟା 3 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି। ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 21 ହଜାର 309ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ସୁସ୍ଥ ସଂଖ୍ୟା 3 ଲକ୍ଷ ଛୁଇଁଛି । ଶନିବାର ରାଜ୍ୟର 29ଟି ଜିଲ୍ଲାରେ 362 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଖୋର୍ଦ୍ଧାରେ ସର୍ବାଧିକ 50, ସୁନ୍ଦରଗଡରେ 40, ପୁରୀରେ 22, କଟକରେ 21, ଝାରସୁଗୁଡାରେ 20, ବାଲେଶ୍ୱରରେ 19, ବରଗଡରେ 18, ଅନୁଗୁଳରେ, କଳାହାଣ୍ଡି ଓ ମୟୁରଭଞ୍ଜରେ 17,ସମ୍ବଲପୁରରେ 16, ଯାଜପୁରରେ 14, ରାୟଗଡାରେ 13, ବଲାଙ୍ଗୀରରେ 11 ଜଣ ସୁସ୍ଥ ହୋଇଛନ୍ତି ।