ଓଡିଶା

odisha

ETV Bharat / city

କୋରୋନା ଆକ୍ରାନ୍ତ ଶିଶୁ ମାଆ କ୍ଷୀର ଖାଇପାରିବ, ସତର୍କତା ଜରୁରୀ - କୋରୋନା ଭାଇରସ ଖବର

କୋରୋନାରେ ଆକ୍ରାନ୍ତ ଥିବା ଶିଶୁମାନେ ମାଆ କ୍ଷୀର ଖାଇପାରିବେ । ମାସ୍କ ପିନ୍ଧି ସାବଧାନତାର ସହ ମା ତାର ଶିଶୁକୁ ସ୍ତନ୍ୟପାନ କରିପାରିବେ । ସ୍ତନ୍ୟପାନ ଦ୍ବାରା ଶିଶୁଟି ଖୁବ ଶୀଘ୍ର କୋରୋନାରୁ ସୁସ୍ଥ ହୋଇପାରିବ । ସାଧାରଣତଃ ମାସ୍କ , ହାତ ଧୋଇବା, ଶାରୀରିକ ଦୂରତା ରକ୍ଷା କରିବା ମୁଖ୍ୟ ଦାୟିତ୍ବ ରହିଛି । ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତ ଶିଶୁ ମାଆ କ୍ଷୀର ଖାଇପାରିବ, ସତର୍କତା ଜରୁରୀ
କୋରୋନା ଆକ୍ରାନ୍ତ ଶିଶୁ ମାଆ କ୍ଷୀର ଖାଇପାରିବ, ସତର୍କତା ଜରୁରୀ

By

Published : Sep 21, 2020, 8:29 PM IST

ଭୁବନେଶ୍ବର: କୋରୋନାରେ ଆକ୍ରାନ୍ତ ଥିବା ଶିଶୁମାନେ ମାଆ କ୍ଷୀର ଖାଇପାରିବେ। ମାସ୍କ ପିନ୍ଧି ସାବଧାନତାର ସହ ମା ତାର ଶିଶୁକୁ ସ୍ତନ୍ୟପାନ କରାଇପାରିବେ । ସ୍ତନ୍ୟପାନ ଦ୍ବାରା ଶିଶୁଟି ଖୁବ ଶୀଘ୍ର କୋରୋନାରୁ ସୁସ୍ଥ ହୋଇପାରିବ । ଏ ନେଇ ରାଜ୍ୟ ସରକାରଙ୍କ କୋରୋନା ପ୍ରେସମିଟରେ ଶିଶୁ ବିଶେଷଜ୍ଞ ଡାକ୍ତର ସୂଚନା ଦେଇଛନ୍ତି ।

କୋରୋନା କାଳରେ ଶିଶୁ ବିଶେଷ କରି ବେଶୀ ସଂକ୍ରମଣ ହେବେ ନାହିଁ। ସେମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ। ଯଦି ପରିବାରର କୌଣସି ସଦସ୍ୟ ସଂକ୍ରମିତ ଶିଶୁ ସହ ରହୁଛନ୍ତି, ତେବେ ଅଧିକ ସାବଧାନତା ଜରୁରୀ ରଖିବାକୁ ପଡିବ। ଦୂରେଇ ରହି ଶିଶୁମାନଙ୍କ ଯତ୍ନ ନିଆଯାଇପାରିବ। ଶିଶୁ ଟି ମା କ୍ଷୀର ଖାଇଲେ ବଞ୍ଚିପାରିବ । କ୍ଷୀର ଖାଇଲେ କରୋନା ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇ ଥାଏ । ମା ଯଦି ମାସ୍କ ଲାଗେଇକି ରଖିବ ନିଜକୁ ନିଜର ଯତ୍ନ ନେବ, ତା ହେଲେ ଶିଶୁ ଖୁବ ଶୀଘ୍ର ସୁସ୍ଥ ହୋଇପାରିବ ।

କୋରୋନା ଆକ୍ରାନ୍ତ ଶିଶୁ ମାଆ କ୍ଷୀର ଖାଇପାରିବ, ସତର୍କତା ଜରୁରୀ

ବୟସ୍କ ଲୋକଙ୍କ ପରି ଶିଶୁ ମାନଙ୍କୁ ମଧ୍ୟ ଗୃହପୃଥକବାସରେ ରଖାଯାଇପାରିବ । ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର କୋଠରୀ ରହିବା ଆବଶ୍ୟକ। ଶିଶୁମାନେ ଅଲଗା କୋଠରୀ ଭଲ ନହେଲେ ସେହି କୋଠରୀକୁ ପ୍ରତ୍ୟେକ ଦିନ ସାନିଟାଇଜର କରିବା ଆବଶ୍ୟକ। ଯଦି ଶିଶୁକୁ ଜଣେ କେୟାର ଟେକର ପାଇଁ ସାଧାରଣତଃ ମାସ୍କ , ପିପିଇ କିଟ, ହାତ ଧୋଇବା, ଶାରୀରିକ ଦୂରତା ରକ୍ଷା କରିବା ମୁଖ୍ୟ ଦାୟିତ୍ବ । ଦେଖାଯାଉଛି ଶିଶୁମାନଙ୍କୁ ମାସ୍କ ପିନ୍ଧିବାକୁ ଭଲ ଲାଗେ ନାହିଁ। ମୁହଁରେ ଛୋଟ ଛୁଆମାନେ ମାସ୍କ ବ୍ୟବହାର କରନ୍ତି ନାହିଁ । ଏଥିପାଇଁ ଶିଶୁକୁ ହସେଇବା ସହ ଖେଳେଇବାରେ ସମୟ ଅତିବାହିତ କରିବା ଉଚିତ। ଶିଶୁମାନେ ଆନନ୍ଦିତ ରହିଲେ ତାଙ୍କର ପ୍ରତିରୋଧକ ଶକ୍ତି ବଢିଥାଏ। କିନ୍ତୁ ଅଧିକ ଖେଳିବା ଫଳରେ ଶିଶୁମାନେ ଧଇଁ ସଇଁ ହୋଇଯାଇଥାନ୍ତି। ଯାହା ଫଳରେ କୋରୋନାର ଲକ୍ଷଣ ଶ୍ବାସକୁ ବନ୍ଦ କରିଦେବା। ଏହା ଶିଶୁ ପାଇଁ କ୍ଷତିକାରକ ହୋଇପାରେ।

ଶିଶୁକୁ ନିରୋଗ ରଖିବା ପାଇଁ ଟୀକା ନେବା ଆବଶ୍ୟକ। ଟୀକା କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା କରି ଛୁଆକୁ ଟୀକା ଦିଆଯାଇପାରିବ। ଏଥିରେ କୌଣସି କ୍ଷତି ହେବନି। ଅଭିଭାବକ ମାନଙ୍କୁ ଅନୁରୋଧ ଠିକ ସମୟରେ ଠିକ ବୟସରେ ଟୀକା ଦିଅନ୍ତୁ। ଯଦି ଗୋଟେ ଛୁଆ ଅଲଗା ରୋଗରେ ପଡିଛି ତେବେ ବାରମ୍ବାର ପରୀକ୍ଷା କରିବା ଆବଶ୍ୟକ। 14 ଦିନ ସଂଗରୋଧରେ ରଖନ୍ତୁ । ଯଦି ଘରେ ଦୁଇ ତିନିଜଣ ଛୋଟ ଛୁଆ ଅଛନ୍ତି, ତେବେ ସେମାନଙ୍କ ଉପରେ କଡା ନଜର ରଖନ୍ତୁ ଏବଂ କରୋନାରେ ଆକ୍ରାନ୍ତ ଥିବା ଶିଶୁ ସହ ଅନ୍ୟ ଛୁଆଙ୍କ ସହ ମିଳାମିଶା କରାନ୍ତୁ ନାହିଁ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details