ଭୁବନେଶ୍ବର: କୋରୋନା ମୁକାବିଲାକୁ ନେଇ ବିଧାନସଭାରେ ପ୍ରଶ୍ନ କଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । କୋରୋନା ମୁକାବିଲାରେ କଟକରେ କେତେ ଖର୍ଚ୍ଚ କରାଯାଇଛି ଏବଂ ପ୍ରତ୍ୟେକ କୋରୋନା ରୋଗୀ ପିଛା କେତେ ଖର୍ଚ୍ଚ କରାଯାଇଛି ସେନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି କଟକ ବାରବାଟୀ ବିଧାୟକ ।
କଟକରେ ପ୍ରତ୍ୟେକ କୋରୋନା ଆକ୍ରାନ୍ତ ପିଛା ଖର୍ଚ୍ଚ ହୋଇଛି ୧୬,୨୭୯,୩୨ ଟଙ୍କା - covid19 news
କୋରୋନା ମୁକାବିଲାକୁ ନେଇ ବିଧାନସଭାରେ ପ୍ରଶ୍ନ କଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । କଟକରେ ପ୍ରତ୍ୟେକ କୋରୋନା ଆକ୍ରାନ୍ତ ପିଛା ୧୬,୨୭୯.୩୨ ଟଙ୍କା ଖର୍ଚ୍ଚ ହୋଇଥିବା ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...
କଟକରେ ପ୍ରତ୍ୟେକ କୋରୋନା ଆକ୍ରାନ୍ତ ପିଛା ଖର୍ଚ୍ଚ ହୋଇଛି ୧୬,୨୭୯,୩୨ ଟଙ୍କା
ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । କଟକ ମହାନଗର ନିଗମ(ସିଏମ୍ସି) ଅଞ୍ଚଳରେ ଅଦ୍ୟାବଧି କୋରୋନା ଆକ୍ରାନ୍ତ ହୋଇଥିବା ପ୍ରତ୍ୟେକ ଲୋକ ପିଛା ୧୬ ହଜାର ୨୭୯ ଟଙ୍କା ୩୨ ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ନବ ଦାସ କହିଛନ୍ତି । ସେହିପରି ଘରୋଇ ହସ୍ପିଟାଲ ଗୁଡିକୁ ୨୪ କୋଟି ୮୬ ଲକ୍ଷ ୧୬ ହଜାର ୧୧୪ ଟଙ୍କା ଦିଆଯାଇଛି । କେବଳ କଟକ ମହାନଗର ନିଗମକୁ ୨୬ କୋଟି ୭୪ ଲକ୍ଷ ୫୨ ହଜାର ୮୬୮ ଟଙ୍କା ଦିଆଯାଇଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ