ଭୁବନେଶ୍ବର:ଲକ୍ଷଣ ବଦଳାଉଛି ଓମିକ୍ରନ । କୋଭିଡ ଅନୁରୂପ ନିୟମ କଡାକଡି ମାନନ୍ତୁ । ଓମିକ୍ରନ ଭାରିଏଣ୍ଟରେ ଲକ୍ଷଣ ବଦଳିଛି । ସ୍ମେଲ ଯାଉନି । ଅଧିକ ଜ୍ବର କି ଥଣ୍ଡା ହେଉନାହିଁ । ତଣ୍ଟି ଦରଜ, ତଣ୍ଟି ବସିବା ବା ଖିଚ ଖିଚ ଅଧିକ ହେଉଛି । ଆଜି ଓମିକ୍ରନକୁ ନେଇ ଏଭଳି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।
ସ୍ବାସ୍ଥ୍ୟ ନିର୍ଦେଶକ ଆହୁରି କହିଛନ୍ତି କରୋନାର ଓମିକ୍ରନ ଭାରିଏଣ୍ଟରେ ଲକ୍ଷଣ ବଦଳିଛି । ଏହାକୁ ରୋକିବାକୁ ହେଲେ ଟିକା ନେବା, ସାମାଜିକ ଦୂରତା ରଖିବା, ହାତ ଧୋଇବା, ମାସ୍କ ପିନ୍ଧିବା ଜରୁରୀ। ସେହିପରି ଭିଡ ଜମା ନକରିବାକୁ କହିଛନ୍ତି । ଗହଳିକୁ ଗଲେ କୋଭିଡ ଅନୁରୂପ ନିୟମ କଡାକଡି ମାନିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ।