ଭୁବନେଶ୍ବର:ଦଳ ଭିତ୍ତିରେ ମିଳୁଛି କୋଭିଡ ଟିକା ଟୋକନ। ରାଜଧାନୀର 3 ବିଧାୟକ ନେଉଛନ୍ତି କୋଟାରେ ଟୋକନ । ଟୋକାନରେ ପ୍ରିୟାପ୍ରୀତି ଦେଖାଯାଉଛି । ଯାହାର ପ୍ରମାଣ ମଧ୍ୟ ରହିଛି । ପୂର୍ବ କମିଶନରଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା ଏବେ ନୂତନ କମିଶନରଙ୍କୁ ମଧ୍ୟ ଏନେଇ ଅବଗତ କଲା ଭୁବନେଶ୍ୱର ଜିଲ୍ଲା ବିଜେପି ।
ଏସବୁକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛି ବିଜେପି । କୋଭିଡ୍ ହସ୍ପିଟାଲରେ ହେଲ୍ପ ଡେସ୍କ ବସାଇବା । 3 ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇବା । ଏଭଳି ଅଭିଯୋଗ କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି । 4ଟି ପ୍ରସଙ୍ଗରେ ବିଏମସି କମିଶନରଙ୍କୁ ଭେଟି ବିରୋଧ ସହିତ ଦାବି ଜଣାଇଛି ବିଜେପି । ପ୍ରତିଦିନ 1000ରୁ ଉର୍ଦ୍ଧ୍ବ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି ।