ଓଡିଶା

odisha

ETV Bharat / city

ଟିକା ସଙ୍କଟ, ଦ୍ବିତୀୟ ଡୋଜ ଟୀକାକରଣ ହ୍ରାସ - ଦ୍ବିତୀୟ ଡୋଜ ଟୀକାକରଣ

ଟୀକା ଅଭାବରୁ ରାଜ୍ୟରେ କମୁଛି ଟୀକାକରଣ । ପ୍ରଥମ ଡୋଜ ଅପେକ୍ଷା ଦ୍ବିତୀୟ ଡୋଜ ବ୍ୟକ୍ତିଙ୍କର ଟୀକାକରଣ କମ ହୋଇଛି । ଶୁ୍ଣନ୍ତୁ ଏ ନେଇ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ..

ଟିକା ସଙ୍କଟ,  ଦ୍ବିତୀୟ ଡୋଜ ଟୀକାକରଣ ହ୍ରାସ
ଟିକା ସଙ୍କଟ, ଦ୍ବିତୀୟ ଡୋଜ ଟୀକାକରଣ ହ୍ରାସ

By

Published : May 17, 2021, 9:31 PM IST

ଭୁବନେଶ୍ବର: ରାଜ୍ୟରେ ଟିକା ଅଭାବରୁ ଟୀକାକରଣ ପକ୍ରିୟା ଆଗକୁ ବଢିପାରୁନାହିଁ । ପ୍ରଥମ ଡୋଜ ଅପେକ୍ଷା ଦ୍ବିତୀୟ ଡୋଜ ନେଇଥିବା ବ୍ୟକ୍ତି ବହୁତ କମ । ଏଣୁ ଟୀକାକରଣକୁ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞ ।

ଟିକା ସଙ୍କଟ, ଦ୍ବିତୀୟ ଡୋଜ ଟୀକାକରଣ ହ୍ରାସ

ଟିକା ଅଭାବକୁ ନେଇ ରାଜ୍ୟରେ ଦ୍ବିତୀୟ ଡୋଜ ଟୀକାକରଣକୁ ଦ୍ରୁତ ଗତିରେ କରାଯାଇପାରିନାହିଁ । ଯାହାକୁ ନେଇ ଆଗାମୀ ଦିନରେ ଆହୁରି ସଂକ୍ରମଣ ବଢିବ ଓ ମାରାତ୍ମକ ହେବ । ତେଣୁ ପ୍ରଥମ ଡୋଜରେ ଅନେକ ବ୍ୟକ୍ତିମାନେ ଟିକା ନେଇଥିବାବେଳେ ଏବେ ଦ୍ବିତୀୟ ଡୋଜକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପଟେ ରାଜ୍ୟରେ ଟିକା ଅଭାବ କାରଣରୁ ଅନେକ ସମୟରେ ଟୀକାକରଣରେ ବାଧା ଉପୁଜୁଛି । ଅନେକ ସ୍ଥାନରେ ଟିକା ନଥିବା କାରଣରୁ ଅନେକ ଫେରିଯାଉଛନ୍ତି ।

ସଂକ୍ରମଣ ରୋକିବାର ପ୍ରମୁଖ ଉପାୟ ହେଉଛି ଟୀକାକରଣ। ଯଦି ଟିକା ପର୍ଯ୍ୟାପ୍ତ ପରିମାଣରେ ନ ରହିବ ତେବେ ଆଗାମୀ ଦିନ ରେ ଅସୁବିଧା ହେବ। ଦ୍ଵିତୀୟ ୱେଭ ସମୟରେ ଟିକାର ଅଭାବ ଦେଖାଯାଉଥିବାବେଳେ ଆଗକୁ ତୃତୀୟ ୱେଭ ଆସୁଥିବା ଆସୁଛି । ଏଣୁ ଏହାର ମୁକାବିଲା ପାଇଁ ଯଦି ଟିକା ରହିବ ନାହିଁ, ତେବେ ଆଗାମୀ ଦିନରେ ଅନେକ ଅସୁବିଧା ଆସିବ।

କୋଭିଡ ପ୍ରତିହିତ ପାଇଁ ଭାରତରେ ଦ୍ରୁତ ଗତିରେ ଟୀକାକରଣ କରିବାକୁ ପଡିବ । ଏବେ ସୁଦ୍ଧା 3 ରୁ 4 ପ୍ରତିଶତ ଟୀକାକରଣ କରାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, 774 ଟି ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯାଉଛି। ସେଥିରେ ରହିଛି ସରକାରୀ ହସ୍ପିଟାଲରେ 750 ଓ 24 ଟି ଘରୋଇ ହସ୍ପିଟାଲରେ ଟୀକାକରଣ କରାଯାଉଛି। ରାଜ୍ୟରେ ମୋଟ ଟୀକାକରଣ ହୋଇଛି 67 ଲକ୍ଷ 2 ହଜାର 329। ଏହି ଟୀକାକରଣ ପର୍ଯ୍ୟାୟରେ ପ୍ରଥମ ଡୋଜରେ 52 ଲକ୍ଷ 94 ହଜାର 962 ଓ ଦ୍ବିତୀୟ ଡୋଜରେ ନେଇଛନ୍ତି 14 ଲକ୍ଷ 7 ହଜାର 367 ଟିକା । ଏହି ଟୀକାକରଣରେ ପୁରୁଷମାନେ 27 ଲକ୍ଷ 78 ହଜାର 129 ଜଣ ଟୀକା ନେଇଥିବାବେଳେ ମହିଳା ରହିଛନ୍ତି 25 ଲକ୍ଷ 16 ହଜାର 58 ଜଣ।

ସେହିଭଳି ରାଜ୍ୟରେ କୋଭିସିଲଡ଼ 60 ଲକ୍ଷ 57 ହଜାର 260 ଜଣ ନେଇଥିବାବେଳେ କୋଭାକ୍ସିନ ନେଇଛନ୍ତି 6 ଲକ୍ଷ 45 ହଜାର 69 ଜଣ। ଅନ୍ୟପଟେ 18 ବର୍ଷ ରୁ 30 ବର୍ଷ ମଧ୍ୟରେ ଟୀକା ନେଇଛନ୍ତି 2 ଲକ୍ଷ 7 ହଜାର 155 ଜଣ, 30 ବର୍ଷରୁ 45 ବର୍ଷ ମଧ୍ୟରେ ଟୀକା ନେଇଛନ୍ତି 3 ଲକ୍ଷ 76 ହଜାର 688 ଜଣ, 45 ବର୍ଷରୁ 60 ବର୍ଷ ପର୍ଯ୍ୟନ୍ତ ଟୀକା ନେଇଛନ୍ତି 23 ଲକ୍ଷ 53 ହଜାର 618 ଜଣ ଓ 60 ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତି ଟୀକା ନେଇଛନ୍ତି 23 ଲକ୍ଷ 56 ହଜାର 944 ଜଣ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details