ଓଡିଶା

odisha

ETV Bharat / city

ଏଣିକି ରବିବାରରେ ବି ରାଜଧାନୀରେ ହେବ ଟୀକାକରଣ - ରବିବାରରେ ଭୁବନେଶ୍ବରରେ ଟୀକାକରଣ

ଏଣିକି ରବିବାର ଦିନ ବି ରାଜଧାନୀରେ ଚାଲିବ ଟୀକାକରଣ । ପୂର୍ବରୁ ଟୀକାକରଣ କେନ୍ଦ୍ରଗୁଡିକର ସାନିଟାଇଜେସନ ପାଇଁ ରବିବାର ଦିନ ଟୀକାକରଣ ବନ୍ଦ ରହୁଥିଲା । ଅଧିକ ପଢନ୍ତୁ...

ଏଣିକି ରବିବାରରେ ବି ରାଜଧାନୀରେ ହେବ ଟୀକାକରଣ
ଏଣିକି ରବିବାରରେ ବି ରାଜଧାନୀରେ ହେବ ଟୀକାକରଣ

By

Published : Aug 27, 2021, 9:32 PM IST

ଭୁବନେଶ୍ବର:ଏଣିକି ରବିବାର ଦିନ ବି ରାଜଧାନୀରେ ଚାଲିବ ଟୀକାକରଣ । ଭୁବନେଶ୍ବରରେ 26ଟି ଟୀକାକରଣ କେନ୍ଦ୍ରରେ ରବିବାର ଟୀକାକରଣ କରାଯିବ । ପୂର୍ବରୁ ରବିବାର ଦିନ କେନ୍ଦ୍ରଗୁଡିକର ସାନିଟାଇଜେସନ ପାଇଁ ଟୀକାକରଣକୁ ବନ୍ଦ କରାଯାଉଥିଲା ।

ଏଣିକି ରବିବାରରେ ବି ରାଜଧାନୀରେ ହେବ ଟୀକାକରଣ

ଯେଉଁମାନେ ପ୍ରଥମ କିମ୍ବା ଦ୍ବିତୀୟ ଡୋଜ ନେଇ ନାହାନ୍ତି ସେମାନେ ଟୀକାକରଣ କେନ୍ଦ୍ରକୁ ଯାଇ ସହଜରେ ଟିକା ନେଇପାରିବେ । 18 ବର୍ଷରୁ 44 ବର୍ଷ ଓ 45 ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିମାନଙ୍କ ପାଇଁ ରବିବାର ଦିନ ଟୀକାକରଣ କେନ୍ଦ୍ର ଖୋଲା ରହିବ ।

ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ, ଏମ୍ସ ଓ ବିଏମସି ହସ୍ପିଟାଲ ସମେତ ବାକି 23ଟି ୟୁପିଏଚସିରେ ଟିକାଦାନ କରାଯିବ । ସକାଳ 9 ଟାରୁ ମଧ୍ୟାହ୍ନ 1 ଟା ପର୍ଯ୍ୟନ୍ତ ଓ ଅପରାହ୍ନ 3 ଟାରୁ ସନ୍ଧ୍ୟା 6ଟା ଯାଏଁ ଚାଲିବ ଟୀକାକରଣ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details