ଭୁବନେଶ୍ବର: ଏଣିକି ଟ୍ରାନ୍ସଜେଣ୍ଡରଙ୍କୁ ଦିଆଯିବ ଟିକା । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖୁବ୍ଶୀଘ୍ର ଜାରି ହେବ ଏସଓପି। ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲଟି କମିଶନରଙ୍କୁ ସ୍ବାସ୍ଥ୍ୟ ବିଭାଗ ଏନେଇ ନିର୍ଦ୍ଦେଶ ଦେଇଛି।
ଟ୍ରାନ୍ସଜେଣ୍ଡରଙ୍କୁ ମିଳିବ ଟୀକା ଟ୍ରାନ୍ସଜେଣ୍ଡରଙ୍କୁ ଦିଆଯିବ କୋରୋନା ଟୀକା। କୋରୋନା ଟୀକାକରଣରେ କୌଣସି ଭେଦଭାବ ନକରି କିମ୍ବା କୌଣସି ଅସୁବିଧା ତଥା ସାମାଜିକ କଳହ ସୃଷ୍ଟି ନକରିବା ପାଇଁ MOHFW ଯୋଗାଯୋଗ କରିଛି।
ଏହିପରି ବ୍ୟକ୍ତିମାନଙ୍କ କୌଣସି ନିର୍ଦ୍ଦିଷ୍ଟ ପରିଚୟ ନାହିଁ, ତେଣୁ କୌଣସି ନିର୍ଦ୍ଦିଷ୍ଟ ଆଇଡି କାର୍ଡ ବିନା ଏମାନଙ୍କର ଟୀକାକରଣ ପାଇଁ ଯୋଗାଯୋଗ କରାଯିବ। ଏହା ସହ ପଞ୍ଜୀକରଣ ଏବଂ ଟୀକାକରଣ ନିଶ୍ଚିତ କରାଯିବ। ତେଣୁ ଟ୍ରାନ୍ସଜେଣ୍ଡରଙ୍କ 100% କଭରେଜ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ସମସ୍ତ ପ୍ରୋଗ୍ରାମ ଅଫିସର ଏବଂ ଭ୍ୟାକ୍ସିନେଟର ସହିତ ନିର୍ଦ୍ଦେଶ ବିସ୍ତାର କରିବାକୁ ଅନୁରୋଧ କରାଯାଇଛି। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ସମେତ ମହାନଗର ନିଗମର କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ