ଓଡିଶା

odisha

ETV Bharat / city

ରାଜ୍ୟର 15 ଲକ୍ଷ ଶିଶୁ ନେବେ ଟିକା, ଆଜିଠୁ ଟୀକାକରଣ ଡ୍ରାଇଭ ଆରମ୍ଭ - କିଶୋରଙ୍କୁ ଟିକାକରଣରେ ଆଉ ପାଦେ ଆଗରେ ଭାରତ

ଆଜିଠୁ (ବୁଧବାର) ସାରା ଦେଶରେ 12ରୁ 14 ବର୍ଷୀୟ କିଶୋର କିଶୋରୀଙ୍କ ପାଇଁ ଆରମ୍ଭ ହୋଇଛି ଟୀକାକରଣ ଡ୍ରାଇଭ । ଏହି କ୍ରମରେ ଭୁବନେଶ୍ୱର ଆଇଆରସି ଭିଲେଜ ସରକାରୀ ହାଇସ୍କୁଲରୁ ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

କିଶୋରଙ୍କୁ ଟିକାକରଣରେ ଆଉ ପାଦେ ଆଗରେ ଭାରତ, IRC ଭିଲେଜ ସ୍କୁଲରେ ଆରମ୍ଭ ହେଲା ଟୀକାକରଣ
କିଶୋରଙ୍କୁ ଟିକାକରଣରେ ଆଉ ପାଦେ ଆଗରେ ଭାରତ, IRC ଭିଲେଜ ସ୍କୁଲରେ ଆରମ୍ଭ ହେଲା ଟୀକାକରଣ

By

Published : Mar 16, 2022, 12:40 PM IST

ଭୁବନେଶ୍ବର: ଆଜିଠୁ (ବୁଧବାର) ସାରା ଦେଶରେ 12ରୁ 14 ବର୍ଷୀୟ କିଶୋରଙ୍କ ପାଇଁ ଆରମ୍ଭ ହୋଇଛି ଟୀକାକରଣ ଡ୍ରାଇଭ । ଏହି କ୍ରମରେ ଭୁବନେଶ୍ୱର ଆଇଆରସି ଭିଲେଜ ସରକାରୀ ହାଇସ୍କୁଲରୁ ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ବିଏମସିର ଅତିରିକ୍ତ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

କିଶୋରଙ୍କୁ ଟିକାକରଣରେ ଆଉ ପାଦେ ଆଗରେ ଭାରତ, ରାଜ୍ୟର 15 ଲକ୍ଷ ଶିଶୁ ଚିହ୍ନଟ

ଭାରତୀୟ ସଂସ୍ଥା ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ ଟିକା କୋର୍ବେଭ୍ୟାକ୍ସ ଟିକା ଦିଆଯାଉଛି । ଭୁବନେଶ୍ୱରରେ ଏହି ବର୍ଗର ପ୍ରାୟ ୪୫ ହଜାର ଶିଶୁଙ୍କୁ ଚିହ୍ନଟ କରାଯାଇଛି । ଏହି ବର୍ଗର ଅଧିକାଂଶ ଶିଶୁ ବିଭିନ୍ନ ସ୍କୁଲରେ ପାଠ ପଢୁଥିବା ହେତୁ ସ୍କୁଲକୁ ଟାର୍ଗେଟ କରି ଟୀକାକରଣ କରାଯିବ । ଏହି ବର୍ଗର ଶିଶୁଙ୍କୁ ସଠିକ ଭାବେ ଚିହ୍ନଟ ଲାଗି ସ୍କୁଲ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ା ଯାଉଛି ।

ଏହା ବ୍ୟତୀତ ଏହି ବର୍ଗର ଟିକା କେବଳ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ । କୌଣସି ଘରୋଇ ହସ୍ପିଟାଲରେ ଏହା ଉପଲବ୍ଧ ହେବ ନାହିଁ। ତେବେ ଆଗକୁ ଖୁବଶୀଘ୍ର ପ୍ରକୃତ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ସହ ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବା ନେଇ ସୂଚନା ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details