ଓଡିଶା

odisha

ETV Bharat / city

ସବୁଜ ବଳୟରେ ସାରା ଓଡ଼ିଶା, ଦୁର୍ବଳ ହେଉଛି କୋଭିଡ୍ ତୃତୀୟ ଲହର - ଓଡିଶା କୋରୋନା ଡାଟା

ରାଜ୍ୟରେ ଦୁର୍ବଳ ହେଉଛି କୋଭିଡର ତୃତୀୟ ଲହର । ଦୈନିକ ସଂକ୍ରମଣ କମୁଛି । ଏବେ ସବୁଜ ବଳୟ ମଧ୍ୟରେ ସାରା ଓଡିଶା । ପାଞ୍ଚ ଶହ ସଂକ୍ରମଣ ତଳେ ରହୁଥିବା ବେଳେ ଦୈନିକ ସଂକ୍ରମଣ ହାର ୧ ପ୍ରତିଶତ ତଳକୁ ହ୍ରାସ ପାଇଛି । ଅଧିକ ପଢନ୍ତୁ

ସବୁଜ ବଳୟରେ ସାରା ଓଡ଼ିଶା, ଦୁର୍ବଳ ହେଉଛି କୋଭିଡ୍ ତୃତୀୟ ଲହର
ସବୁଜ ବଳୟରେ ସାରା ଓଡ଼ିଶା, ଦୁର୍ବଳ ହେଉଛି କୋଭିଡ୍ ତୃତୀୟ ଲହର

By

Published : Feb 21, 2022, 4:44 PM IST

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ଦୁର୍ବଳ ହେଉଛି କୋଭିଡର ତୃତୀୟ ଲହର । ଦୈନିକ ସଂକ୍ରମଣ କମୁଥିବା ବେଳେ ଏବେ ସବୁଜ ବଳୟ ମଧ୍ୟରେ ସାରା ଓଡିଶା । ପାଞ୍ଚ ଶହ ସଂକ୍ରମଣ ତଳେ ରହୁଥିବା ବେଳେ ଦୈନିକ ସଂକ୍ରମଣ ହାର(ଟିପିଆର) ୧ ପ୍ରତିଶତ ତଳକୁ ହ୍ରାସ ପାଇଛି । ରାଜ୍ୟରେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ୟୋଲୋ ଜୋନରେ ରହିଥିବା ବେଳେ ଏବେ ଏହା ଗ୍ରୀନ ଜୋନରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ଟିପିଆର ରହିଛି ୦.୮୨ ପ୍ରତିଶତ ।

ସବୁଜ ବଳୟରେ ସାରା ଓଡ଼ିଶା, ଦୁର୍ବଳ ହେଉଛି କୋଭିଡ୍ ତୃତୀୟ ଲହର

ତେବେ ରାୟଗଡାରେ ୩.୧, ସୁନ୍ଦରଗଡରେ ୨.୪ ପ୍ରତିଶତ ଟିପିଆର ରହିଥିବାବେଳେ ସମ୍ବଲପୁରରେ ୧.୫, ଖୋର୍ଦ୍ଧାରେ ୧.୨, କୋରାପୁଟରେ ୧.୩ ପ୍ରତିଶତ ଓ ଯାଜପୁରରେ ୧.୪, ଗଜପତିରେ ୨.୪ ଓ ନୟାଗଡରେ ୧.୨ ଟିପିଆର ରହିଛି ।

ସୂଚନା ଅନୁଯାୟୀ, ଡିସେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ରାଜ୍ୟରେ ତୃତୀୟ ଲହର ଆସିଥିଲା । କରୋନାର ନୂଆ ପ୍ରଜାତି ଓମିକ୍ରନ ସଂକ୍ରମଣ ବ୍ୟାପକତାକୁ ଦୃଷ୍ଟିରେ ରଖି ସରକାର ମାସର ତୃତୀୟ ସପ୍ତାହ ସୁଦ୍ଧା ସମସ୍ତ ସହରାଞ୍ଚଳରେ ସାନ୍ଧ୍ୟ ଆଇନ ଲାଗୁ କଲେ । ସଂକ୍ରମଣ ଦ୍ରୁତଗତିରେ ବ୍ୟାପିଲା, ବହୁତ ଲୋକେ ସଂକ୍ରମିତ ହେଲେ । କିନ୍ତୁ, ଏବେ ଦେଖିବାକୁ ମିଳୁଛି ରାଜ୍ୟରେ କରୋନାଜନିତ ଦୈନିକ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦ ଉପରେ ରହୁଛି ।

ଜାନୁଆରୀ ୨୨ରୁ ଫେବୃଆରୀ ୨୦ ତାରିଖ ଅର୍ଥାତ ମାସକ ଭିତରେ ପ୍ରାୟ ୫୦୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି । ଫେବୃଆରୀ ପହିଲାରୁ ପ୍ରତିଦିନ ମୃତ୍ୟୁହାର ୨୦ରୁ ୨୪ ମଧ୍ୟରେ ରହୁଛି । ତେବେ ରାଜ୍ୟରେ ଆକ୍ଟିଭ କେସ ରହିଛି ୫ ହଜାର ୬୩୨ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details