ଓଡିଶା

odisha

ETV Bharat / city

ରମାଦେବୀ ବିଶ୍ୱବିଦ୍ୟାଳୟରେ ଚାଲିଛି କୋଭିଡ ଟେଷ୍ଟ - ବିଏମସି

ଗତକାଲି(ବୁଧବାର) ଜଣେ ଅଧ୍ୟାପିକାଙ୍କର କୋରୋନା ଟେଷ୍ଟ ପଜିଟିଭ ଚିହ୍ନଟ ହେବା ପରେ ଆଜି(ଗୁରୁବାର) ଆରଡି ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସମେତ ଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯାଇଛି। ଅଧିକ ପଢନ୍ତୁ...

ରମାଦେବୀ ବିଶ୍ୱବିଦ୍ୟାଳୟରେ ରମାଦେବୀ ବିଶ୍ୱବିଦ୍ୟାଳୟରେ
ରମାଦେବୀ ବିଶ୍ୱବିଦ୍ୟାଳୟରେ ରମାଦେବୀ ବିଶ୍ୱବିଦ୍ୟାଳୟରେ

By

Published : Apr 1, 2021, 2:28 PM IST

ଭୁବନେଶ୍ବର: ରମାଦେବୀ ବିଶ୍ୱବିଦ୍ୟାଳୟରେ ଚାଲିଛି କୋଭିଡ ଟେଷ୍ଟ। ଏନେଇ ବିଏମସି ପକ୍ଷରୁ ରମାଦେବୀରେ କୋରୋନା ଟେଷ୍ଟ ହୋଇଛି । ଗତକାଲି(ବୁଧବାର) ଜଣେ ଅଧ୍ୟାପିକାଙ୍କର କୋରୋନା ଟେଷ୍ଟ ପଜିଟିଭ ଚିହ୍ନଟ ହେବା ପରେ ଆଜି(ଗୁରୁବାର) ରମାଦେବୀ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସମେତ ଛାତ୍ରୀଙ୍କ ଟେଷ୍ଟ କରାଯାଇଛି।

ରମାଦେବୀ ବିଶ୍ୱବିଦ୍ୟାଳୟରେ ରମାଦେବୀ ବିଶ୍ୱବିଦ୍ୟାଳୟରେ

ରାଜଧାନୀର ଅନେକ ବେସରକାରି ଶିକ୍ଷା ଅନୁଷ୍ଠାନରୁ କୋରୋନା ଚିହ୍ନ ହେବା ପରେ ଗୁରୁବାର ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା ପଜେଟିଭ ଚିହ୍ନଟ ହୋଇଛନ୍ତି। ଅଧ୍ୟାପକ ଅଧ୍ୟାପିକା ଛାତ୍ରୀଙ୍କୁ ମିଶାଇ 200 ଜଣଙ୍କୁ ଆଜି ଟେଷ୍ଟ କରାଯାଇଛି। ଏହାସହ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ସାନିଟାଇଜ କରିବା ସହ ବର୍ତ୍ତମାନ କ୍ଳାସ ସୋମବାର ପର୍ଯ୍ୟନ୍ତ ଛୁଟି ରହିଛି ।

ତେବେ ଟେଷ୍ଟ ରିପୋର୍ଟ ଆସିବା ପରେ ବିଶ୍ୱବିଦ୍ୟାଳୟ ପରବର୍ତ୍ତୀ ନିଷ୍ପତି ନେବା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଛାତ୍ରୀ ଲକ୍ଷଣ ପରିଲିଖିତ ହୋଇନାହିଁ। ରିପୋର୍ଟ ଆସିବା ପରେ କ୍ଳାସ ବନ୍ଦ କରିବ କି ନାହିଁ, ନିଷ୍ପତି ନିଆଯିବ। ଆସନ୍ତାକାଲି(ଶୁକ୍ରବାର) ହଷ୍ଟେଲରେ ରହୁଥିବା ପ୍ରାୟ 1 ହଜାର ଛାତ୍ରୀଙ୍କର ଟେଷ୍ଟ କରିବାକୁ ବିଏମସି ଲକ୍ଷ୍ୟ ରଖିଛି। ସମସ୍ତଙ୍କର ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ଅପରାଜିତା ଚୌଧୁରୀ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details