ଓଡିଶା

odisha

ETV Bharat / city

କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ: ବିଏମସି କମିଶନର

ଲିଙ୍ଗରାଜ ମନ୍ଦିରରେ ପ୍ରବେଶ ନେଇ ଆବଶ୍ୟକ ନାହିଁ କୋଭିଡ ଟେଷ୍ଟ ରିପୋର୍ଟ । ସୂଚନା ଦେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଅଧିକ ପଢନ୍ତୁ...

By

Published : Jan 6, 2021, 8:01 PM IST

Updated : Jan 6, 2021, 8:09 PM IST

covid test report not mandatory for devotees:bmc commissioner
କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ :ବିଏମସି କମିଶନର

ଭୁବନେଶ୍ବର: ପ୍ରତିକ୍ଷାର ଘଟିଲା ଅନ୍ତ । ଆଉ ଭକ୍ତଙ୍କ ପାଇଁ ନାହିଁ କୋଭିଡ କଟକଣା ଭୟ । ଏଣିକି ବିନା କୋଭିଡ ଟେଷ୍ଟରେ ବି ମନ୍ଦିରକୁ ଭକ୍ତ କରିପାରିବେ ପ୍ରବେଶ । ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ। ସ୍କ୍ରିନିଂ କରି ସମସ୍ତଙ୍କୁ ଛଡ଼ାଯିବ।

କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ: ବିଏମସି କମିଶନର

ସ୍କ୍ରିନିଂ ବେଳେ କୋଭିଡ ଲକ୍ଷଣ ଦେଖାଦେଲେ ସେମାନଙ୍କର ହିଁ କେବଳ ଟେଷ୍ଟ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।ଯାହାକୁ ନେଇ ଭକ୍ତଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି

Last Updated : Jan 6, 2021, 8:09 PM IST

ABOUT THE AUTHOR

...view details