ଭୁବନେଶ୍ବର: ପିପିଲିକୁ କୋରନା କାଳ । ପୁଣି ସ୍ଥଗିତ ହେଲା ପିପିଲି ଉପନିର୍ବାଚନ । ଆସନ୍ତା ମେ ମାସ 16 ତାରିଖରେ ହେବାକୁ ଥିବା ଉପ ନିର୍ବାଚନ ସ୍ଥଗିତ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ସ୍ଥଗିତ ରଖିଲେ ନିର୍ବାଚନ କମିଶନ । ସ୍ଥିତି ସୁଧୁରିବା ପରେ ସାନି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ
କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପିପିଲିରେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରୁଥିଲା କଂଗ୍ରେସ । ଏ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟି ନିର୍ବାଚନ କମିଶନଙ୍କ ଉଦେଶ୍ୟରେ ଦାବି ପତ୍ର ଦେଇଥିଲା କଂଗ୍ରେସ । ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ ।
କରୋନା ସଂକ୍ରମଣକୁ ଦେଖି ନିର୍ବାଚନ ସ୍ଥଗିତ ରଖିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ ହୋଇଥିଲା । ପିପିଲି ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏପ୍ରିଲ 17ରେ ନିର୍ବାଚନ ହେବା ନେଇ ନିର୍ଣ୍ଣୟ ନିଆଯାଇଛି ।
ତେବେ ନିର୍ବାଚନକୁ 2 ଦିନ ଥିବା ବେଳେ କୋଭିଡ ସଂକ୍ରମିତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଦେହାନ୍ତ ହେଲା । ଏଥି ଯୋଗୁଁ ଏହା ଘୁଞ୍ଚିଥିଲା । ଫଳରେ ନିର୍ବାଚନ ସ୍ଥଗିତ ହୋଇଥିଲା । ପୁଣି ମେ 13 ରେ ନିର୍ବାଚନ ନେଇ ଘୋଷଣା ହୋଇଥିଲେ ସତ୍ତ୍ବେ ଇଦୁଲଫିତର ଯୋଗୁଁ ମେ 16 ରେ ଏହାକୁ ଘୁଞ୍ଚାଇଦିଆଯାଇଥିଲା । ତେବେ କୋରୋନା ଯୋଗୁଁ ଏହାକୁ ଘୁଞ୍ଚାଇବାକୁ ଦାବି ତେଜିଥିଲା ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ