ଭୁବନେଶ୍ବର: ଆସୁଛି ପାର୍ବଣର ଋତୁ । ସଚେତନ ନହେଲେ ଭୟଙ୍କର ରୂପ ନେଇପାରେ କୋରୋନାର ତୃତୀୟ ଲହର । କେରଳ ଭଳି ସୃଷ୍ଟି ହୋଇପାରେ ଭୟଙ୍କର ପରିସ୍ଥିତି । ଏହା ପୂର୍ବରୁ ସତର୍କ ରହିବା ପାଇଁ ସରକାରଙ୍କ ତରଫରୁ ଜାରି କରାଯିବ ଗାଇଡଲାଇନ । କଣ ଆସିବ ଗାଇଡଲାଇନ, ଲୋକେ କିଭଳି ପାଳିବେ ପୂଜାପର୍ବ । ତାହା ଉପରେ ଏବେ ସମସ୍ତଙ୍କ ନଜର ।
ରାଜ୍ୟରେ ଏବେ ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏହା ଉପରେ ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ନଜର ରଖିଛି । ରାଜ୍ୟରେ ଦ୍ୱିତୀୟ ଲହର ପିକରେ 10 ହଜାର ପର୍ଯ୍ୟନ୍ତ ସଂକ୍ରମଣ ଯାଇଛି । ଏବେ ରାଜ୍ୟରେ ସ୍ଥିତି ଭଲ ରହିଛି । ଆକଳନ ଅନୁସାରେ ତୃତୀୟ ଲହରରେ ପିକ୍ ବଢ଼ିପାରେ । ତେବେ ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।