ଭୁବନେଶ୍ବର: ରାଜ୍ୟରେ ଆଜି(ମଙ୍ଗଳବାର) ସମସ୍ତ ଜିଲ୍ଲାରେ ଚାଲିଛି ଟୀକାକରଣ । କୋରୋନା ମହାମାରୀରୁ ରକ୍ଷା ପାଇଁ ଟିକା ନେବା ନିହାତି ଆବଶ୍ୟକ ରହିଛି । କାରଣ ଟିକା ଦ୍ବାରା 2ଟି ଲାଭ ହେଉଛି । ଟିକା ନେବା ଫଳରେ ଅଧିକାଂଶ ସଂକ୍ରମିତ ହେଉନଥିବା ସହିତ ଟିକା ନେବା ପରେ ମହାମାରୀର ଭୟାବହତା କମ ରହୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ବର୍ତ୍ତମାନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଟିକାର ସପ୍ଲାଏ ବହୁତ କମ ଅଛି । ଏଣୁ ରାଜ୍ୟ ଚାହିଦା ମୁତାବକ ଟିକା ପାଇପାରୁନାହିଁ । ଗ୍ଲୋବାଲ ଟେଣ୍ଡର କରାଗଲେ ରାଜ୍ୟ ଅଧିକ କମ୍ପାନୀ ପାଇବ, ମୂଲ୍ୟ ମଧ୍ୟ କମ ପଡିପାରେ ଫଳରେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ରହିପାରିବ ବୋଲି ବିଜୟ କହିଛନ୍ତି । ଗ୍ଲୋବାଲ ଟେଣ୍ଡର ପାଇଁ ଦୁଇଟି କମିଟି ଗଠନ କରାଯାଇଛି । ଖୁବଶୀଘ୍ର ବୈଠକ ବସି ମୋଡାଲିଟି ସ୍ଥିର କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।