ଓଡିଶା

odisha

ETV Bharat / city

ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ - କୋରୋନା ନ୍ୟୁଜ

Covid rules will be tightened again in Odisha
ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

By

Published : Feb 19, 2021, 8:14 PM IST

Updated : Feb 19, 2021, 9:00 PM IST

20:10 February 19

ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ଦେଶର ବିଭିନ୍ନ ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ପ୍ରତ୍ୟେକ ଦିନ ଶହଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ବଢୁଥିବା କଥା ସାମ୍ନାକୁ ଆସୁଛନ୍ତି । ସୁଧୁରି ଥିବା ସ୍ଥିତି ଧୀରେ ଧୀରେ ବିଗିଡିବାକୁ ଲାଗିଲାଣି । ମହାରାଷ୍ଟ୍ରରେ କିଛି ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ଢେର ବଢୁଛି । ତେଣୁ ମହାରାଷ୍ଟ୍ରର କିଛି ସ୍ଥାନରେ ସ୍ଥାନୀୟ ସରକାର ସଟଡାଉନ ଓ ଲକଡାଉନ ଘୋଷଣା କଲେଣି । ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି ।  

ଓଡ଼ିଶାରେ ମଧ୍ୟ ଏମିତି ସ୍ଥିତି ଉପୁଜିପାରେ । ଏହାକୁ ଦେଖି ଆଗୁଆ ସତର୍କ ହୋଇଛନ୍ତି ଓଡ଼ିଶା ସରକାର । ତେଣୁ ଆଗୁଆ ପଦକ୍ଷେପ ନେବାକୁ ବ୍ୟବସ୍ଥା କଲେଣି ସରକାର । ଆଜି (ଶୁକ୍ରବାର) ଏନେଇ ଏକ କଡା ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର । ସମସ୍ତ ଜିଲ୍ଲାପାଳ, ଟ୍ଵିନ ସିଟି ପୋଲିସ କମିଶନର, ଡ଼ିସିପି ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ପ୍ରଦୀପ । ତୁରନ୍ତ କୋରନା କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୀପ । ବିଭିନ୍ନ ଜନଗହଳି ସ୍ଥାନ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ଅଞ୍ଚଳରେ ଟେଷ୍ଟିଂ ବଢାଇବା ସହ ମାର୍କେଟ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନରେ କୋଭିଡ କଟକଣା ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନଲକ ପ୍ରକ୍ରିୟା ଯୋଗୁଁ ଟ୍ରେନ, ବିମାନ ଚଳାଚଳ ସହିତ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ସ୍ବାଭାବିକ ହୋଇଥିଲା ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Feb 19, 2021, 9:00 PM IST

ABOUT THE AUTHOR

...view details