ଓଡିଶା

odisha

ETV Bharat / city

‘ଟ୍ବିନସିଟିକୁ ଅକ୍ସିଜେନ ସପୋର୍ଟରେ ଆସନ୍ତୁ କୋରୋନା ରୋଗୀ’

କୋରୋନା ଆକ୍ରାନ୍ତ ହୋଇଥିବା ରୋଗୀ ଯଦି ଭୁବନେଶ୍ବର କିମ୍ବା କଟକ ଆସୁଛନ୍ତି, ତେବେ ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥାରେ ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ..

‘କଟକ-ଭୁବନେଶ୍ବରକୁ ଅକ୍ସିଜେନ ସପୋର୍ଟରେ ଆସନ୍ତୁ କୋରୋନା ରୋଗୀ’
‘କଟକ-ଭୁବନେଶ୍ବରକୁ ଅକ୍ସିଜେନ ସପୋର୍ଟରେ ଆସନ୍ତୁ କୋରୋନା ରୋଗୀ’

By

Published : Sep 16, 2020, 4:29 PM IST

Updated : Sep 16, 2020, 5:11 PM IST

ହାଇଦ୍ରାବାଦ: କୋରୋନା ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା । କୋରୋନା ଆକ୍ରାନ୍ତ ହୋଇଥିବା ରୋଗୀ ଯଦି ଭୁବନେଶ୍ବର କିମ୍ବା କଟକ ଆସୁଛନ୍ତି, ତେବେ ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥାରେ ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

‘ଟ୍ବିନସିଟିକୁ ଅକ୍ସିଜେନ ସପୋର୍ଟରେ ଆସନ୍ତୁ କୋରୋନା ରୋଗୀ’

ଆନୁଷଙ୍ଗିକ ବ୍ୟବସ୍ଥା ସହ ଅକ୍ସିଜେନ ସପୋର୍ଟରେ ରାଜଧାନୀ ଭୁବନେଶ୍ବର ଏବଂ କଟକ ଆସିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଗତ କିଛି ଦିନ ଧରି ରାଜ୍ୟରେ କୋରୋନାର ବିସ୍ଫୋରକ ସ୍ଥିତି ଉପୁଜିଛି । ସେହିପରି କଟକ ଓ ଭୁବନେଶ୍ବରରେ ମଧ୍ୟ କୋଭିଡର ଉତ୍କଟ ସ୍ଥିତି ଉପୁଜିଛି । ତେଣୁ ଏହି ସମୟରେ ସହରକୁ ଆସୁଥିଲେ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ ଆସିବାକୁ କହିଛନ୍ତି ରାଜ୍ୟ ସରକାର ।

ସେପଟେ ରାଜ୍ୟର ସମସ୍ତ କୋଭିଡ ସେଣ୍ଟର, ଟିଏମସି କେନ୍ଦ୍ରକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେଣୁ ଆଗକୁ ରାଜ୍ୟର କୋଭିଡ ସ୍ଥିତିକୁ ସରକାର କିପରି ମୁକାବିଲା କରିବେ କିମ୍ବା ହାତଟେକି ଦେବେ, ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 16, 2020, 5:11 PM IST

ABOUT THE AUTHOR

...view details