ଭୁବନେଶ୍ବରରୁ: ଗୋଟିଏ ପଟେ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ କୋଭିଡ୍ ନିୟମ ମାନିବା ପାଇଁ କଟକଣା ଜାରି କରୁଥିବା ବେଳେ ରାଜ୍ୟର ଅନେକ ଶାସକ ଓ ବିରୋଧୀ ଦଳର ନେତା ମାନେ କୋଭିଡ୍ ନିୟମକୁ ଫୁ’ କରି ଦେଉଛନ୍ତି । ଥରେ ନୁହେଁ କି ଦୁଇଥର ନୁହେଁ ଭୁବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର କୋଭିଡ୍ ଆଇନକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଆସୁଛି । ଏପରିକି ସାସଂଦ ଫାଇନ ମଧ୍ୟ ଦେଇଛନ୍ତି, ଥାନାରେ ମଧ୍ୟ ମାମଲା ହୋଇଛି । ତାପରେ ବି ସାସଂଦ ତାଙ୍କର ଜନ୍ମ ଦିନରେ ପୁଣିଥରେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଛନ୍ତି । ସେପଟେ ଶନିବାର ତାଙ୍କ ଅଫିସ କୁ ବିଏମସି ପକ୍ଷରୁ ସିଲ୍ କରାଯାଇଥିବା ବେଳେ କୋଭିଡ୍ ଓ୍ଵାରିଅର ମାନେ ସାସଂଦ ଅପରାଜିତାଙ୍କ ବିରୋଧରେ ଡିସିପି ଅଫିସରେ ଅଭିଯୋଗ କରିଛନ୍ତି ।
ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ, ପଢାଉଛନ୍ତି ନୈତିକତାର ପାଠ - ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ
ଗୋଟିଏ ପଟେ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ କୋଭିଡ୍ ନିୟମ ମାନିବା ପାଇଁ କଟକଣା ଜାରି କରୁଥିବା ବେଳେ ରାଜ୍ୟର ଅନେକ ଶାସକ ଓ ବିରୋଧୀ ଦଳର ନେତା ମାନେ କୋଭିଡ୍ ନିୟମ କୁ‘ କରୁଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଅଧିକ ପଢନ୍ତୁ...

Covid Norms Violation bjp-bjd leader
ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ, ପଢାଉଛନ୍ତି ନୈତିକତା ପାଠ
ସେପଟେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ନିୟମ ସମସ୍ତେ ମାନିବା ଉଚିତ, ଜନ ପ୍ରତିନିଧି ମାନେ ଆଇନ ମାନିଲେ ଜନତା ମାନେ ମାନିବେ, ଏହାସହ ସେ ସମସ୍ତ ରାଜନୈତିକ ଦଳଙ୍କୁ କୋଭିଡ୍ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ