ଭୁବନେଶ୍ବର: ବର୍ତ୍ତମାନ ରାଜଧାନୀରେ ମହାମାରୀ ସଂକ୍ରମଣ କମିବ ନାହିଁ । କାରଣ ଭୁବନେଶ୍ବର ହେଉଛି ରାଜ୍ୟ ରାଜଧାନୀ । ତେଣୁ ଏଠିକି ଦୈନନ୍ଦିନ ସାରା ରାଜ୍ୟରୁ ଅନେକ ଲୋକ ଆସୁଛନ୍ତି । ଫଳରେ ଏଠି ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ରହୁଛି ।
ଆଜି (ଗୁରୁବାର) ଏହା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜଧାନୀ ଭୁବନେଶ୍ବରକୁ ରାଜ୍ୟ ତଥ୍ୟ ରାଜ୍ୟ ବାହାରୁ ଅନେକ ଲୋକ ଏଠାକୁ ଆସିଥାନ୍ତି। ତେଣୁ ଏଠାରେ ସଂକ୍ରମଣ ରହିବ। ଏହା ଏବେ ଜିରୋ ସଂକ୍ରମଣ ହେବ ନାହିଁ। ଲୋକଙ୍କର ଯିବା ଆସିବା ରହିଛି। ତେଣୁ ପଜିଟିଭ ରହିଛି ଆଗକୁ ମଧ୍ୟ ରହିବ। କୋଭିଡ ଭାଇରସ ଅଛି। କୋଭିଡ ସଂକ୍ରମଣ କିଭଳି ଆଗକୁ ନବଢିବ ସେଥିପାଇଁ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ।