ଓଡିଶା

odisha

ETV Bharat / city

ବଢୁଛି କୋଭିଡ ସଂକ୍ରମଣ, ଆଗରେ ଖୋର୍ଦ୍ଧା ଜିଲ୍ଲା - ବଢୁଛି କୋଭିଡ ସଂକ୍ରମଣ

ରାଜ୍ୟରେ ଧୀରେ ଧୀରେ ବଢୁଛି କରୋନା ଗ୍ରାଫ । ଟପରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ସେହି ତୁଳନାରେ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି। ଅଧିକ ପଢନ୍ତୁ

ବଢୁଛି କୋଭିଡ ସଂକ୍ରମଣ, ଆଗରେ ଖୋର୍ଦ୍ଧ ଜିଲ୍ଲା
ବଢୁଛି କୋଭିଡ ସଂକ୍ରମଣ, ଆଗରେ ଖୋର୍ଦ୍ଧ ଜିଲ୍ଲା

By

Published : Jun 18, 2022, 8:55 PM IST

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ବଢୁଛି କରୋନା ଗ୍ରାଫ । ଟପରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ସେହି ତୁଳନାରେ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି।

ବଢୁଛି କୋଭିଡ ସଂକ୍ରମଣ, ଆଗରେ ଖୋର୍ଦ୍ଧ ଜିଲ୍ଲା

ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ସେହି ତୁଳନାରେ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି। ରାଜ୍ୟରେ ଏବେ ଟପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଧୀରେ ଧୀରେ କରୋନାର ଗ୍ରାଫ ଉପରକୁ ଉଠୁଛି। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ପଜିଟିଭି ହାର ଅଧିକ ରହୁଛି। ଯେହେତୁ ଟ୍ରାନ୍ସମିଶନ ମାଧ୍ୟମରେ କରୋନା ସଂକ୍ରମଣ ବ୍ୟାପିଥାଏ, ତେଣୁ ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି। ଆଜି ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ।

ଏହାସହ ସରକାରଙ୍କ କୋଭିଡ ଗାଇଡଲାଇନ ମାନିବାର ଆବଶ୍ୟକତା ରହିଛି। କୋଭିଡ ସଂକ୍ରମଣକୁ କିଛି ଦିନ ଅନୁଧ୍ୟାୟ କରିବାରର ଆବଶ୍ୟକତା ରହିଛି। କାରଣ ଦିଲ୍ଲୀ ଭଳି ସହରରେ କରୋନା ବଢିଲା ଓ ପୁନର୍ବାର କମିଯାଇଥିଲା। ସେଥିପାଇଁ ସଠିକ ଅନୁଧ୍ୟାନ ନିତ୍ୟନ୍ତ ଆବଶ୍ୟକ।ବର୍ତ୍ତମାନ ସୁଦ୍ଧା କିଛି ନୂଆ ଭାରିଆଣ୍ଟ ଆସିବାର ରିପୋର୍ଟ ବିଭାଗ ପାଖରେ ନାହିଁ" ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟରେ ସଂକ୍ରମଣ 7 ଦିନର ତଥ୍ୟ ଦେଖିଲେ ଆଜି ରାଜ୍ୟରେ 38 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଖୋର୍ଦ୍ଧାରୁ 27 ଜଣ ରହିଛନ୍ତି । ସେହିଭଳି ଭାବରେ 17 ତାରିଖରେ ରାଜ୍ୟରେ 25 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ 15 ଜଣ ଥିଲେ । 16 ତାରିଖରେ ରାଜ୍ୟରେ 41 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ 22 ଜଣ ଚିହ୍ନଟ ହୋଇଥିଲେ । 15 ତାରିଖରେ ରାଜ୍ୟରେ 22 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିଲେ 16 ଜଣ । 14 ତାରିଖରେ ରାଜ୍ୟରେ 23 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ 9 ଜଣ ଚିହ୍ନଟ ହୋଇଛନ୍ତି। 13 ତାରିଖରେ ରାଜ୍ୟରେ 12 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

12 ତାରିଖରେ ରାଜ୍ୟରେ 19 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 9 ଜଣ ଖୋର୍ଦ୍ଧା ରୁ ଚିହ୍ନଟ ହୋଇଛନ୍ତି ଏବଂ 11 ତାରିଖରେ ରାଜ୍ୟରେ 24 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ 12 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ABOUT THE AUTHOR

...view details