ଓଡିଶା

odisha

ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ଏବେବି ରେଡ ଜୋନରେ 9 ଜିଲ୍ଲା - ରାଜ୍ୟ କୋଭିଡ ହାର

ରାଜ୍ୟରେ କ୍ରମଶଃ ଖସୁଛି ସଂକ୍ରମଣ ସ୍ତର । କିନ୍ତୁ ଏବେ ମଧ୍ୟ ରେଡ ଜୋନରେ 9 ଜିଲ୍ଲା । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ସଂକ୍ରମଣ, ଏବେବି ରେଡ ଜୋନରେ 9 ଜିଲ୍ଲା
ରାଜ୍ୟରେ କମୁଛି ସଂକ୍ରମଣ, ଏବେବି ରେଡ ଜୋନରେ 9 ଜିଲ୍ଲା

By

Published : Jun 12, 2021, 7:53 PM IST

ଭୁବନେଶ୍ବର : ରାଜ୍ୟରେ ସଂକ୍ରମଣ କମୁଛି, ତଥାପି ରେଡ଼ ଜୋନରେ 9 ଜିଲ୍ଲା। ରାଜ୍ୟରେ ସଂକ୍ରମଣ ହ୍ରାସ ପାଇ ଦୈନିକ ସଂକ୍ରମଣ ପାଖାପାଖି 5 ହଜାର ରହୁଛି । ସାରା ରାଜ୍ୟ ସଂକ୍ରମଣ କ୍ରମଶଃ କମୁଥିବାବେଳେ ଏବେବି ରେଡ ଜୋନରେ ଉପକୂଳବର୍ତ୍ତୀ 9 ଜିଲ୍ଲା ରହିଥିବା ଜଣାପଡିଛି ।

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ। ରେଡ଼ ଓ ୟେଲୋ ଜୋନରେ ରହିଛି 9 ଟି ଜିଲ୍ଲା । ଗ୍ରୀନ ଜୋନରେ ରହିଛି 12 ଟି ଜିଲ୍ଲା। ରେଡ଼ ଜୋନରେ ଥିବା କୋଷ୍ଟାଲ ଅଞ୍ଚଳରେ ରହିଛି ଏବେବି ସଂକ୍ରମଣ। ଏପରିକି ସଂକ୍ରମଣ ହାରରେ ମଧ୍ୟ 7.5 ପ୍ରତିଶତ ଉପରେ ରହିଛି 13 ଟି ଜିଲ୍ଲା। ଅଧିକାଂଶ ହେଉଛି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ। ସରକାରୀ ତଥ୍ୟ ଅନୁଯାୟୀ, ରେଡ଼ ଜୋନରେ 9 ଟି ଜିଲ୍ଲା ରହିଥିବା ବେଳେ ଜଣାନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ଟିଭ କେସ ରେଡ଼ ଜୋନରେ ଥିବା 9 ଟି ଜିଲ୍ଲା ହେଉଛି ।

ଖୋର୍ଦ୍ଧାରେ 9260, କଟକରେ 5901, ଯାଜପୁରରେ 4475, ମୟୁରଭଞ୍ଜରେ 3288, ବାଲେଶ୍ୱରରେ 3604, ଅନୁଗୁଳରେ 2877, ଭଦ୍ରକରେ 2778, ପୁରୀରେ 2711, ଜଗତସିଂହପୁରରେ 2528 ରେଡ଼ ଜୋନରେ ରହିଛନ୍ତି । ସେହିପରି ଭାବରେ ୟୋଲୋ ଜୋନରେ ରହିଛନ୍ତି 9ଟି ଜିଲ୍ଲା ସେଗୁଡିକ ହେଲା ସୁନ୍ଦରଗଡ 2396, ଢେଙ୍କାନାଳରେ 2422, ନୟାଗଡରେ 1937, ବୌଦ୍ଧରେ 1792, କେନ୍ଦ୍ରାପଡାରେ 1986, କୋରାପୁଟରେ 1596, ନବରଙ୍ଗପୁରରେ 1470, ବରଗଡରେ 1395, ରାୟଗଡାରେ 1155 ଜୋନରେ ରହିଛନ୍ତି ।

ସେହିପରି ଭାବରେ ଗ୍ରୀନ ଜୋନରେ ରହିଛନ୍ତି 12 ଟି ଜିଲ୍ଲା ସେଗୁଡିକ ହେଲା କଳାହାଣ୍ଡିରେ 974, କେନ୍ଦୁଝରରେ 958, ମାଲକାନଗିରିରେ 840, ସମ୍ବଲପୁରରେ 738, କନ୍ଧମାଳରେ 701, ସୁବର୍ଣ୍ଣପୁରରେ 676, ବଲାଙ୍ଗୀରରେ 614, ଗଞ୍ଜାମରେ 520, ଝାରସୁଗୁଡାରେ 498, ଗଜପତିରେ 349, ଦେବଗଡରେ 273, ନୂଆପଡାରେ 208 ଏହି ଜିଲ୍ଲା ଗୁଡିକ ଗ୍ରୀନ ଜୋନରେ ରହିଛି। ବର୍ତ୍ତମାନ ରାଜ୍ୟରେ 8 ଲକ୍ଷ 47 ହଜାର 313 ଜଣ ମୋଟ ଆକ୍ରାନ୍ତ ରହିଥିବାବେଳେ 62 ହଜାର 515 ସକ୍ରିୟ ମାମଲା ରହିଛି । ସେହିପରି ଭାବରେ 3 ହଜାର 257 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ 7 ଲକ୍ଷ 81 ହଜାର 488 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ABOUT THE AUTHOR

...view details