ଓଡିଶା

odisha

ETV Bharat / city

ଫୁସଫୁସ୍ ପ୍ରତିରୋପଣ ପାଇଁ ବାଧକ ଅର୍ଥ, ଜୀବନ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ନେହୁରା - amrit

ବ୍ରହ୍ମପୁର ବାସୁଦେବ ନଗରର ଅମ୍ରିତ ପ୍ରଧାନ । କୋରୋନା ଆକ୍ରାନ୍ତ ହୋଇ ତାଙ୍କର ଫୁସଫୁସ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏପଟେ ଇକମୋ ଚିକିତ୍ସା ସହ ଫୁସଫୁସ ପ୍ରତିରୋପଣ କରାଗଲେ ସେ ବଞ୍ଚିପାରିବେ ବୋଲି କହିଛନ୍ତି ଡାକ୍ତର । ଅଧିକ ପଢନ୍ତୁ...

କୋରୋନା ପରେ ହସ୍ପିଟାଲ ଶଯ୍ୟାରେ ଜୀବନ ସହ ସଂର୍ଘଷ କରୁଛନ୍ତି ଅମ୍ରି
କୋରୋନା ପରେ ହସ୍ପିଟାଲ ଶଯ୍ୟାରେ ଜୀବନ ସହ ସଂର୍ଘଷ କରୁଛନ୍ତି ଅମ୍ରି

By

Published : May 31, 2021, 10:48 PM IST

ଭୁବନେଶ୍ବର:କୋରୋନାରେ ଆକ୍ରାନ୍ତ ହେଇ ହସ୍ପିଟାଲ ଶଯ୍ୟାରେ ଜୀବନ ସହ ସଂର୍ଘଷ କରୁଛନ୍ତି 24 ବର୍ଷୀୟ ଅମ୍ରିତ ପ୍ରଧାନ । ଘର ବ୍ରହ୍ମପୁର । ତେବେ ଅମ୍ରିତଙ୍କର ଫୁସଫୁସ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏପଟେ ଏକ ମାତ୍ର ପୁଅକୁ ଏପରି ଅବସ୍ଥାରେ ଦେଖି କୋହ ସମ୍ଭରଣ କରିପାରୁନାହାନ୍ତି ବାପା ମା’ । ଅମ୍ରିତ ପ୍ରତ୍ୟେକ ଦିନ ଜୀବନ ସହ ସଂଘର୍ଷ କରୁଥିବାବେଳେ, ପରିବାର ଆଖିରୁ ଶୁଖୁନି ଲୁହ ।

କୋରୋନା ପରେ ହସ୍ପିଟାଲ ଶଯ୍ୟାରେ ଜୀବନ ସହ ସଂର୍ଘଷ କରୁଛନ୍ତି ଅମ୍ରି

ଫୁସଫୁସ ପ୍ରତ୍ୟାରୋପଣ ପାଇଁ ଆବଶ୍ୟକ ବିପୁଳ ପରିମାଣର ଅର୍ଥ । ପାଖାପାଖି 2 ରୁ 3 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ବାପା ମା’ଙ୍କ ମୁଣ୍ଡରେ ଚଡକ ପଡିଛି । ଘର, ଢିହ, ସୁନା ଅଳଙ୍କାର ବିକିଲେ ମଧ୍ୟ ଏତେ ଟଙ୍କା ହେବ ନାହିଁ । ଏପଟେ ପୁଅର ଚିକିତ୍ସା ନେଇ ବାପା ମା’ ଉଭୟ ଭୁବନେଶ୍ବରରେ ଏକ ମାସ ହେଲା ରହିଆସୁଛନ୍ତି ।

ଘଟଣାଟି ଏହିପରି...ବ୍ରହ୍ମପୁରର ବାସୁଦେବ ନଗରରେ ରୁହନ୍ତି ଅମ୍ରିତ ପ୍ରଧାନ ଓ ତା'ଙ୍କ ପରିବାର । ଘରେ ସମସ୍ତେ ସଂକ୍ରମଣ ହେବା ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ କୋରୋନା ୱାର୍ଡରେ ଚିକିତ୍ସିତ ହେଉଥିଲେ । ପରିବାରରେ ସମସ୍ତେ ସୁସ୍ଥ ହେଲେ କିନ୍ତୁ ଅମ୍ରିତଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିଲା ନାହିଁ । ତାଙ୍କର ଫୁସଫୁସ ଅଧାରୁ ଅଧିକ ନଷ୍ଟ ହୋଇଯାଇଛି ।


ସିଟି ସ୍କାନ କରିବାରୁ ରିପୋର୍ଟରେ ଜଣାପଡ଼ିଥିଲା ତାଙ୍କର ନିମୋନିଆ ପରେ ସେପ୍ଟିସେମିଆ ଯୋଗୁଁ ଫୁସଫୁସ ସଂକ୍ରମିତ ହୋଇ ୫୦ ପ୍ରତିଶତ ନଷ୍ଟ ହୋଇଗଲାଣି । ତେବେ ଇକମୋ ଚିକିତ୍ସା ସହ ଫୁସଫୁସ ପ୍ରତିରୋପଣ କରାଗଲେ ସେ ବଞ୍ଚିପାରିବେ ବୋଲି ଡାକ୍ତର କହିଛନ୍ତି।

ଏନେଇ ତାଙ୍କ ପରିବାର ଲୋକେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ । ସେଠାରୁ ଉତ୍ତମ ପ୍ରତିକ୍ରିୟା ମଧ୍ୟ ମିଳିଥିଲା । ଅମ୍ରିତଙ୍କ ପାଇଁ ଫୁସଫୁସ ଯୋଗାଡ କରାଯାଇଛି । ଏପରିକି ଆସନ୍ତାକାଲି(ମଙ୍ଗଳବାର) ହାଇଦ୍ରାବାଦରୁ ଏକ ଡାକ୍ତରୀ ଟିମ ଭୁବନେଶ୍ବର ଆସିବ ବୋଲି କହିଛନ୍ତି ପରିବାର ଲୋକେ । ତେବେ ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ଯିବା ଓ ସେଠାରେ ଚିକିତ୍ସା ପାଇଁ ଆବଶ୍ୟକ ବିପୁଳ ଅର୍ଥ ।

କୋରୋନା ପରେ ହସ୍ପିଟାଲ ଶଯ୍ୟାରେ ଜୀବନ ସହ ସଂର୍ଘଷ କରୁଛନ୍ତି ଅମ୍ରିତ
ପରିବାର ଲୋକଙ୍କ ପକ୍ଷରୁ ପ୍ରକାଶ ଯେ, ଅମ୍ରିତଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କ ସମେତ ଅନ୍ୟ ବଦାନ୍ୟ ବ୍ୟକ୍ତିମାନେ କିଛି କିଛି ସାହାଯ୍ୟର ହାତ ବଢ଼ାଇଛନ୍ତି । ହେଲେ ଏତିକି ଅର୍ଥ ଯଥେଷ୍ଟ ନୁହେଁ । ତେଣୁ ପରିବାର ଲୋକ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ଓଡିଶାର ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି । ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି ବା ଅନୁଷ୍ଠାନ ମୋବାଇଲ ନମ୍ବର ୭୭୧୦୦୨୮୦୧୫ରେ ଯୋଗାଯୋଗ କରିବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।
କୋରୋନା ପରେ ହସ୍ପିଟାଲ ଶଯ୍ୟାରେ ଜୀବନ ସହ ସଂର୍ଘଷ କରୁଛନ୍ତି ଅମ୍ରିତ


ଏଭଳି ସ୍ଥିତିରେ ଅମ୍ରିତଙ୍କ ଚିକିତ୍ସା ପାଇଁ ଟ୍ୱିଟ୍ ଯୋଗେ ରାଜ୍ୟ ସରକାରଙ୍କୁ ଇକମୋ ଚିକିତ୍ସା ସହ ଭେଣ୍ଟିଲେଟରର ବହୁଳତାକୁ ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି ପୂର୍ବତନ ସାଂସଦ କଳିକେଶ ସିଂହଦେଓ । ସେହିପରି କ୍ରିକେଟର ଇରଫାନ ପଠାନ ଓ କ୍ରିକେଟ୍ କମେଣ୍ଟେଟର ଯତୀନ ସାପ୍ରୁ ମଧ୍ୟ ଇକମୋ ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି ।

କୋରୋନା ପରେ ହସ୍ପିଟାଲ ଶଯ୍ୟାରେ ଜୀବନ ସହ ସଂର୍ଘଷ କରୁଛନ୍ତି ଅମ୍ରିତ
ଭୁବନେଶ୍ବରରୁ ବିକାଶ ଦାସ ଓ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details