ଓଡିଶା

odisha

ETV Bharat / city

କଟକଣା ଭିତରେ ବିଶ୍ୱକର୍ମା ପୂଜା, ଶ୍ରଦ୍ଧାଳୁ ଦୁଃଖୀ

ଭୁବନେଶ୍ୱର ସ୍ଥିତ ବିଶ୍ଵକର୍ମା ମନ୍ଦିର ଖାଁ ଖାଁ । ଯାନବାହାନ ପୂଜା କରିବା ପାଇଁ ଶ୍ରଦ୍ଧାଳୁ ଆସିଥିଲେ ମଧ୍ୟ ଫାଟକ ବନ୍ଦ ରହିଥିଲା ବେଳେ ଫଳକ ଲଗାଇ ଆସିବାକୁ ବାରଣ କରାଯାଇଥିବା ଦେଖି ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ଭାବେ ବିନା ଶ୍ରଦ୍ଧାଳୁରେ ମନ୍ଦିରରେ ନିରାଡମ୍ବର ଭାବେ ପୂଜା କରାଯାଇଛି । ଅଧିକ ପଢନ୍ତୁ..

କଟକଣା ଭିତରେ  ବିଶ୍ୱକର୍ମା ପୂଜା, ଶ୍ରଦ୍ଧାଳୁ ଦୁଃଖୀ
କଟକଣା ଭିତରେ ବିଶ୍ୱକର୍ମା ପୂଜା, ଶ୍ରଦ୍ଧାଳୁ ଦୁଃଖୀ

By

Published : Sep 16, 2020, 2:16 PM IST

ଭୁବନେଶ୍ବର: ବିଶ୍ୱ ନିଅନ୍ତା ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆଜି ଜୟନ୍ତୀ। ବଢେଇ, ନିର୍ମାତା, କାରିଗରମାନେ ନିଜ ନିଜ କର୍ମସ୍ଥଳରେ ଏହି ଅବସରରେ ବିଶ୍ବକର୍ମାଙ୍କୁ ପୂଜା କରନ୍ତି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତିକୁ ପୁଣି ଶୁଦ୍ଧପୁତ କରି ଆଜିର ଦିନରେ ପୂଜା କରାଯାଏ । ରାଜ୍ୟର ଶିଳ୍ପ ପ୍ରଧାନ ଅଞ୍ଚଳ ଆଜି ଚଳଚଞ୍ଚଳ ହୋଇଥାଏ । କିନ୍ତୁ ଚଳିତ ଥର କୋଭିଡ ଯୋଗୁଁ ସବୁ ପାର୍ବଣ ଓ ପୂଜା ପଦ୍ଧତିରେ ଲାଗିଛି କଟକଣା ।

କଟକଣା ଭିତରେ ବିଶ୍ୱକର୍ମା ପୂଜା, ଶ୍ରଦ୍ଧାଳୁ ଦୁଃଖୀ

ଶ୍ରଦ୍ଧାଳୁମାନେ ମନ୍ଦିର ଯାଇ ପୂଜା କରିବାକୁ ମନସ୍ଥ କରିଥିଲେ ମଧ୍ୟ ସେଥିରେ ଏହି ପ୍ରତିବନ୍ଧକ ବାଧକ ସାଜିଛି। ଏପରି କି ଯାନ ବାହାନ ପୂଜା ପାଇଁ ଲୋକମାନେ ଭୁବନେଶ୍ୱର ସ୍ଥିତ ବିଶ୍ଵକର୍ମା ମନ୍ଦିର କୁ ଆସିଥିଲେ ମଧ୍ୟ ବାହାରେ ଫାଟକ ବନ୍ଦ ରହିବା ସହ ଫଳକ ଲଗାଇ ଆସିବାକୁ ବାରଣ କରାଯାଇଛି । ଏହା ଦେଖି ଦୁଃଖ ସମସ୍ତେ ପ୍ରକାଶ କରିଛନ୍ତି।

ସେହିଭଳି ମନ୍ଦିର କତ୍ତୃପକ୍ଷ ମଧ୍ୟ ଗାଇଡ଼ ଲାଇନ ମାନି କେବଳ ପୂଜା ବିଧି ଅନୁସାରେ କରୁଥିବା ବେଳେ ଭକ୍ତମାନେ ଘରେ ରହି ପୂଜା କରିବାକୁ ଅନୁରୋଧ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ସାହୁ, ଇଟିଭି ଭାରତ

ABOUT THE AUTHOR

...view details