ଓଡିଶା

odisha

ETV Bharat / city

ରଜ ମଉଜରେ ତାଲା, ଘରେ ସଜବାଜ - ଲକଡାଉନ ରଜ

କୁଆଁରିମାନେ ଘରେ ରହି ପାଳୁଛନ୍ତି ରଜ
କୁଆଁରିମାନେ ଘରେ ରହି ପାଳୁଛନ୍ତି ରଜ

By

Published : Jun 14, 2021, 12:53 PM IST

Updated : Jun 14, 2021, 2:21 PM IST

14:14 June 14

ରଜ ପାଇଁ କଟକଣା, ୧୬ଟି ମନ୍ଦିରରେ ୧୪୪ଧାରା ଜାରି

ରଜ ପାଇଁ କଟକଣା, ୧୬ଟି ମନ୍ଦିରରେ ୧୪୪ଧାରା ଜାରି

ଢେଙ୍କାନାଳ: ଆଜି ରଜ ଉତ୍ସବ । ଘରେ ଘରେ ପିଠା ପଣାର ଆସର । ତେବେ କୋରନା ମହାମାରୀ ଏହି ଉତ୍ସବର ଉତ୍ସାହକୁ ଫିକା କରିଦେଇଛି । ଏପରିକି ସଂକ୍ରମଣ ଆଶଙ୍କାରେ ଢେଙ୍କାନାଲ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାଶ, ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାର ଶ୍ରୀରାମ ମନ୍ଦିର, ଢେଙ୍କାନାଲ ସହରର ବଳରାମ ଜୀଉ, କୁଆଁଳ ସ୍ଥିତ ଅଷ୍ଟସମ୍ଭୁ ଓ ହିନ୍ଦୋଳ ଚିତଲପୁର ସ୍ଥିତ ଉଗ୍ରେଶ୍ବର ମହାଦେବଙ୍କ ସମେତ ୧୬ଟି ମନ୍ଦିର ପରିସରରେ ୧୪୪ଧାରା କରାଯାଇଛି । ଅପରପକ୍ଷରେ ବହୁ ପୁରାତନ ହିନ୍ଦୋଳ ରଞ୍ଜାଗୋଳ ରଜ ଯାତ୍ରା ଉପରେ କଡା କଟକଣା ଜାରି କରାଯାଇଛି । ଫଳରେ ଦେବଦେବୀ ମନ୍ଦିର ଦର୍ଶନ ଉପରେ କଟକଣା ଲାଗୁକରିଛନ୍ତି ଜିଲ୍ଲା ପ୍ରଶାସନ । ସେପଟେ ସହର ହେଉ ଅଥବା ଗ୍ରାମାଞ୍ଚଳ, ସବୁଠି ଦୋଳି ଖେଳିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଫଳରେ ଚଳିତ ବର୍ଷ ଜିଲ୍ଲାର ମଠ ମନ୍ଦିର ଗୁଡିକ ସମ୍ପୂର୍ଣ୍ଣ ଖାଁ ଖାଁ ରହିଥିବାବେଳେ ଏହି ମହାମାରୀ ରଜର ମାହୋଲକୁ ପୁରା ଫିକା କରିଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

14:13 June 14

ଫିକା ପଡିଲା ଗଣପର୍ବ ରଜ, ପ୍ରଶାସନ ଜାରି କଲା 144 ଧାରା

ଫିକା ପଡିଲା ଗଣପର୍ବ ରଜ, ପ୍ରଶାସନ ଜାରି କଲା 144 ଧାରା

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିର ମା’ ବାଲି ହରଚଣ୍ଡୀଙ୍କ ପୀଠରେ ଧୁମଧାମରେ ପାଳନ ହୋଇଥାଏ ରଜ ପର୍ବ। ସମୁଦ୍ରକୁ ଲାଗି ବିସ୍ତୀର୍ଣ୍ଣ ଜଙ୍ଗଲ, ତାରି ଭିତରେ ବହି ଯାଇଛି ନଦୀ । ପାଖରେ ସୁଉଚ୍ଚ ବାଲି ବନ୍ତ ଉପରେ ମା’ ବାଲି ହରଚଣ୍ଡୀର ମନ୍ଦିର। ଜଗନ୍ନାଥ ଙ୍କ ପରମ୍ପରା ସହିତ ଜଡିତ ମାର ପୀଠ। ଏଠି ଦେଖିବାକୁ ମିଳିଥାଏ ନିଆରା ପରମ୍ପରା ଛାପା। 120ରୁ ଉର୍ଦ୍ଧ ଗ୍ରାମର ଲୋକମାନେ ଅସ୍ଥାୟୀ ଶିବିର ବା ଛାପା ପକାଇ ରଜ ଚାରି ଦିନ ଏଠି ରହି ମଉଜ କରିଥାନ୍ତି। ଆଖ ପାଖରେ ହଜାର ହଜାର ଲୋକ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି। 4ଦିନ ଦୋକାନ ବଜାର ସହ ଏଠି ମେଳା ବସିଥାଏ। କିନ୍ତୁ କୋଭିଡ କଟକଣା ହେତୁ ଗତ ବର୍ଷର ପୁନରାବୃତ୍ତି ଦେଖିବାକୁ ମିଳିଛି। ପ୍ରଶାସନ ପୀଠରେ ଜାରି କରିଛି 144 ଧାରା। ଜନଶୂନ୍ୟରେ କେବଳ ମାର ଚାଲିଛି ନୀତିକାନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

12:46 June 14

କେନ୍ଦ୍ରାପଡ଼ାରେ ପହିଲି ରଜ ପାଳୁଛନ୍ତି ଯୁବତୀ

କୁଆଁରିମାନେ ଘରେ ରହି ପାଳୁଛନ୍ତି ରଜ

କେନ୍ଦ୍ରାପଡ଼ା: ଚାଷୀ ଭିତ୍ତିକ ପର୍ବ ତଥା ଓଡ଼ିଶାର ଗଣପର୍ବ ରଜ ପର୍ବ ପାଇଁ ଉତ୍ସବମୁଖର ପରିବାର । କୋଭିଡ କଟକଣା ପାଇଁ ବାହାରେ ବୁଲି ରଜ ଖେଳିବା ନିଷିଦ୍ଧ ଥିବାରୁ ଘରେ ରହି ରଜପର୍ବ ପାଳନ କରୁଛନ୍ତି ଯୁବତୀ। କେନ୍ଦ୍ରାପଡ଼ା ଗୋପ ଗାଁରେ ଦେଖିବାକୁ ମିଳିଛି ପହିଲି ରଜର ଆସର। ଝିଅମାନେ ପୋଡ଼ପିଠା, ଆରିସା ପିଠା, ରଜପାନ, ଦହିବରା ଆଦି ପ୍ରସ୍ତୁତ କରି ପରସ୍ପରକୁ ଖୁଆଉଥିବା ବେଳେ ରଜପାଇଁ ସଜବାଜ ଦେଖିବାକୁ ମିଳିଛି ଝିଅ ଓ ମହିଳାଙ୍କ କ୍ଷେତ୍ରରେ। ମାତ୍ର ରଜ ଉପଲକ୍ଷେ ସାମୂହିକ ଭୋଜି, ଉତ୍ସବ, ପ୍ରତିଯୋଗିତା ଆଦି ଆୟୋଜନ ଉପରେ ଲାଗିଛି କଟକଣା । ଯଦିଓ ରଜପର୍ବ ପାଳନ କରାଯାଉଛି ହେଲେ କୋଭିଡ ମହାମାରୀ ଜନିତ ମୃତ୍ୟୁ ଓ ବିଭୀଷିକା ପାଇଁ ମନରେ ସେଭଳି ଆନନ୍ଦ ନଥିବା କହିଛନ୍ତି ଯୁବତୀ।  

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

10:17 June 14

କୁଆଁରିମାନେ ଘରେ ରହି ପାଳୁଛନ୍ତି ରଜ

କୁଆଁରିମାନେ ଘରେ ରହି ପାଳୁଛନ୍ତି ରଜ

ବାଲେଶ୍ବର: ପୁଣି ଆସିଛି ରଜ, ହେଲେ ଗତବର୍ଷ ଭଳି ଏଥର ମଧ୍ୟ ଲକଡାଉନ। ଯାହାପାଇଁ ରଜମଉଜ ଦେଖିବାକୁ ମିଳୁନି। କୁଆଁରିମାନେ ସଜବାଜ ହେଉଛନ୍ତି ସତ ହେଲେ ଘରେ ରହି ପାଳୁଛନ୍ତି ରଜ। କୋରୋନା ପାଇଁ ଦୁଇବର୍ଷ ହେଲା ଫିକା ପଡିଥିବା ଓଡ଼ିଆର ଗଣପର୍ବ ରଜକୁ ଅନେଇ ବସିଥାନ୍ତି ସବୁବର୍ଗର ଲୋକ। ଲୋକମାନେ ନିଜନିଜ ଘରେ ରଜ ପାଳୁଥିବା ବେଳେ କୁଆଁରିମାନେ ଘରେ ଅଳତା, କୁକୁମ ଓ ମେହେନ୍ଦୀ ଲଗାଇ ସଜ ହେଉଛନ୍ତି। ରଜରେ ପୋଡ଼ପିଠା ତିଆରି କରାଯାଇଛି। ମାତ୍ର ସର୍ବସାଧାରଣ ସ୍ଥାନରେ ରଜ ଉପଲକ୍ଷେ ସାମୂହିକ ଭୋଜି, ଉତ୍ସବ, ପ୍ରତିଯୋଗିତା ଆଦି ଆୟୋଜନ ଉପରେ ଲାଗୁ କରାଯାଇଛି କଟକଣା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 14, 2021, 2:21 PM IST

ABOUT THE AUTHOR

...view details