ଓଡିଶା

odisha

ETV Bharat / city

ପଡୋଶୀ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ରଖାଯାଉଛି କଡା ନଜର

ସୀମାବର୍ତ୍ତୀ ଅଞ୍ଚଳରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର କଡା ନଜର ରଖୁଛନ୍ତି । ସୀମା ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ 3ଟି କୁ ଜୋରଦାର କରାଯାଉଛି । ଅଧିକ ପଢନ୍ତୁ...

ପଡୋଶୀ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ରଖାଯାଉଛି କଡା ନଜର
ପଡୋଶୀ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ରଖାଯାଉଛି କଡା ନଜର

By

Published : Apr 5, 2021, 3:21 PM IST

ଭୁବନେଶ୍ବର: ପଡୋଶୀ ରାଜ୍ୟରେ ସାଙ୍ଘାତିକ ଭାବେ ବଢି ଚାଲିଛି କୋରୋନା ସଂକ୍ରମଣ। ସୀମାବର୍ତ୍ତୀ ଅଞ୍ଚଳରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ନଜର ରଖୁଛନ୍ତି । ଛତିଶଗଡ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ସରକାର ନିୟମକୁ କଡାକଡି କରିଛି । ସୀମା ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ 3ଟି କୁ ଜୋରଦାର କରାଯାଉଛି । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ କୁ ଗୁରୁତ୍ବ ଦେବାକୁ ସମସ୍ତ ଜିଲ୍ଲାପାଳ ଓ ଏସଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ଟୀକାକରଣକୁ ତ୍ବରାନ୍ବିତ କରିବାକୁ ମଧ୍ୟ ଆଦେଶ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପଡୋଶୀ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ରଖାଯାଉଛି କଡା ନଜର

ଅନ୍ୟପଟେ, ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ସମସ୍ତ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଜନତାଙ୍କୁ ମଧ୍ୟ ସଚେତନ ରହିବା ଜରୁରୀ । ଯେହେତୁ କେନ୍ଦ୍ର ସରକାର ଆନ୍ତଃ ରାଜ୍ୟ ଗମନା ଗମନ ଉପରେ ରୋକ ଲଗାଇନାହାଁନ୍ତି । ତେଣୁ ଲୋକଙ୍କ ଯାତାୟାତକୁ ବନ୍ଦ କରାଯାଇପାରେ ନାହିଁ । ତେଣୁ ସରକାରୀ ଅଧିକାରୀ ସେମାନଙ୍କୁ ସଚେତନ କରୁଛନ୍ତି । ଆଉ ଯଦି ଲୋକେ ବାହାରକୁ ଯାଉଛନ୍ତି ତେବେ ନିଜର ସୁରକ୍ଷା ଦୃଷ୍ଟିରୁ କିଛି ଦିନ ଆଇସୋଲେସନରେ ରହିବେ । ରାଜ୍ୟରେ କୋଭିଡ ହସ୍ପିଟାଲରେ ବେଡ ସଂଖ୍ୟା ଯଥେଷ୍ଟ ରହିଛି । ଯଦି ଆଗକୁ ପରିସ୍ଥିତି ବିଗିଡେ ପୁଣି 2 ଦିନ ମଧ୍ୟରେ ହସ୍ପିଟାଲ ପ୍ରସ୍ତୁତ କରାଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details